ETV Bharat / city

୧୫ରୁ ୧୮ ବର୍ଷ ବର୍ଗଙ୍କ ଟୀକାକରଣ ନେଇ ପ୍ରସ୍ତୁତି, 3 ମାସ ପରେ ଟିକା ନେବେ କୋରୋନା ପୀଡିତ

author img

By

Published : Jan 2, 2022, 8:41 PM IST

୧୫ରୁ ୧୮ ବର୍ଷ ବର୍ଗଙ୍କ ଟୀକାକରଣ ନେଇ ପ୍ରସ୍ତୁତି ବୈଠକ(15-18 Year Vaccination Program) । କୋରୋନାରେ ପୀଡ଼ିତ କିଶୋରଙ୍କୁ 3 ମାସ ପରେ ଟୀକାକରଣ ନେଇ ନିଷ୍ପତ୍ତି । ଅଧିକ ପଢନ୍ତୁ

୧୫ରୁ ୧୮ ବର୍ଷ ବର୍ଗଙ୍କ ଟୀକାକରଣ ନେଇ ପ୍ରସ୍ତୁତି, 3 ମାସ ପରେ ଟିକା ନେବେ କୋରୋନା ପୀଡିତ
୧୫ରୁ ୧୮ ବର୍ଷ ବର୍ଗଙ୍କ ଟୀକାକରଣ ନେଇ ପ୍ରସ୍ତୁତି, 3 ମାସ ପରେ ଟିକା ନେବେ କୋରୋନା ପୀଡିତ

ଭୁବନେଶ୍ବର: ୧୫ରୁ ୧୮ ବର୍ଷ ବର୍ଗଙ୍କ ଟୀକାକରଣ ନେଇ ପ୍ରସ୍ତୁତି ବୈଠକ(15-18 Year Vaccination Program) । ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ କିଶୋରଙ୍କ ଟୀକାକରଣ ଅନ୍ତର୍ଭୁକ୍ତ ହେବେ । ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ । କୋରୋନାରେ ପୀଡ଼ିତ କିଶୋରଙ୍କୁ ୩ ମାସ ପରେ ଟିକା ନେଇପାରିବେ ।

ଆଜି ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ କୋଭାକ୍ସିନ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଛନ୍ତି ଯେ, ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟୀକାକରଣ ଅନ୍ତର୍ଭୁକ୍ତ ହେବେ । ଟୀକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି । ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ । ପ୍ରଥମ ଡୋଜ ନେବାର ୧୮ ରୁ ୪୦ ଦିନ ମଧ୍ୟରେ ଦ୍ଵିତୀୟ ଡୋଜ ଟିକା ଦିଆଯିବ । କୋରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ:- ଜାନୁଆରୀ ୩ରୁ ୧୫-୧୮ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ପହିଲାରୁ ପଞ୍ଜିକରଣ ଆରମ୍ଭ

ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିବ ସାହୁ ପରାମର୍ଶ ଦେଇଥିଲେ । ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦୈନିକ ଟିକାଦାନ ଅଗ୍ରଗତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ସଂଜୟ କୁମାର ସିଂହ କହିଛନ୍ତି ଯେ ଭୁବନେଶ୍ଵରରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକାଦାନ ବ୍ୟବସ୍ଥା କରାଯିବ ।

ଏଥିପାଇଁ ଭୁବନେଶ୍ଵର ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷମାନେ CDMOଙ୍କ ସହ ଯୋଗାଯୋଗ କରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସବୁ ଅଧ୍ୟକ୍ଷମାନେ ନିଜ ନିଜ ଜିଲ୍ଲାର CDMOଙ୍କ ସହ ଯୋଗାଯୋଗ କରି ଟିକାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡା ଓ ଉପନିର୍ଦ୍ଦେଶକ ଭାଗୀରଥୀ କାଶି ତଦାରଖ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.