ETV Bharat / city

ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା: ଆସନ୍ତାକାଲି ବସିବ ପ୍ରସ୍ତୁତି ବୈଠକ - ଓଡ଼ିଶା କଂଗ୍ରେସର ପ୍ରସ୍ତୁତି ବୈଠକ

ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ଯୋଗଦେବେ ବରିଷ୍ଠ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ । ଏନେଇ ଆସନ୍ତାକାଲି ବସିବ ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା: ଆସନ୍ତାକାଲି ବସିବ ପ୍ରସ୍ତୁତି ବୈଠକ

author img

By

Published : Sep 17, 2022, 7:09 PM IST

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ପଦଯାତ୍ରା ଆରମ୍ଭ ହୋଇଛି । ତେବେ ରାହୁଲ ଗାନ୍ଧୀଙ୍କର ଏହି ପଦଯାତ୍ରା ଓଡ଼ିଶାକୁ ଆସିବ ନାହିଁ । ସେଥିପାଇଁ କିନ୍ତୁ ଯାତ୍ରାର ଅଶଂବିଶେଷ ସ୍ବରୂପ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଭାରତ ଯୋଡ ପଦଯାତ୍ରା କରିବ । ଯେଉଁଥିରେ କେନ୍ଦ୍ରୀୟ ନେତା ମଧ୍ୟ ସାମିଲ ହେବେ । ଏନେଇ ଆସନ୍ତାକାଲି (ରବିବାର) ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ ବସିବ ।

ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା: ଆସନ୍ତାକାଲି ବସିବ ପ୍ରସ୍ତୁତି ବୈଠକ

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତା ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ । ତେବେ ଏହି ଭାରତ ଯୋଡ଼ ପଦଯାତ୍ରାରେ ଓଡ଼ିଶାକୁ ସାମିଲ କରାଯାଇନଥିବାରୁ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ନାହିଁ । ସୁରକ୍ଷା ଦୃଷ୍ଟି କୋଣରୁ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଓଡିଶା ସ୍ଥାନ ପାଇନାହିଁ ବୋଲି ସଫେଇ ଦେଇଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...Bharat Jodo Yatra: ଓଡିଶା ଆସିବେ ନାହିଁ ରାହୁଲ, କାରଣ କହିଲେ ପିସିସି ସଭାପତି

ତେବେ ଯେଉଁ ସବୁ ରାଜ୍ୟକୁ ରାହୁଲ ଗାନ୍ଧୀ ନିଜେ ଯାଇ ପାରୁନାହାଁନ୍ତି ସେ ରାଜ୍ୟ ଗୁଡ଼ିକରେ ଭାରତ ଯୋଡ଼ ଆନ୍ଦୋଳନ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ଆଲୋଚନା ହେଉଛି । ଏହି ଯାତ୍ରାର ଅଶଂବିଶେଷ ସ୍ବରୂପ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଭାରତ ଯୋଡ ପଦଯାତ୍ରା କରିବ । ଏଥିରେ ଜୟରାମ ରମେଶ ଏବଂ ଦିଗବିଜୟ ସିଂହଙ୍କ ପରି ବରିଷ୍ଠ କେନ୍ଦ୍ରୀୟ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆସନ୍ତାକାଲି (ରବିବାର) ରାଜ୍ୟ କଂଗ୍ରେସର ପ୍ରସ୍ତୁତି ବୈଠକ ବସିବ । ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ପ୍ରସ୍ତୁତ ହେବ ଦଳ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା ପାଇଁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏବଂ ଜୟରାମ ରମେଶ ଉଭୟ ଆସୁଛନ୍ତି । ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ସଙ୍ଗଠକ, ବ୍ଲକ ସଭାପତି ଓ କର୍ମୀମାନଙ୍କ ସହ ଆଲୋଚନା ହୋଇ ଚୂଡାନ୍ତ ପ୍ରସ୍ତୁତି କରାଯିବ । ଉଭୟ ବିଜେଡି ଓ ବିଜେପି ଓଡିଶାକୁ ଅବହେଳା କରିଛନ୍ତି, ତାକୁ ଲୋକଲୋଚନକୁ ଆଣିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.