ଭୁବନେଶ୍ବର: ଭୁବନେଶ୍ବର କୋର୍ଟରେ ମାନହାନୀ ମକଦ୍ଦମା କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର (Prakruti Mishra filed a defamation case )। ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ(Babushan wife Trupti Satpathy ) ତୃପ୍ତି ଓ ତାଙ୍କ ଶ୍ବଶୁର ଲଳିତ ଶତପଥୀଙ୍କ ନାଁମରେ ମାମଲା ଦାଖଲ କରିଛନ୍ତି ପ୍ରକୃତି । ଉଭୟଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ଏହି ମାମଲାରେ ସୋସିଆଲ ମିଡିଆ ୟୁଟ୍ୟୁବ୍କୁ ପକ୍ଷଭୁକ୍ତ କରାଯାଇଛି ।
ୟୁଟ୍ୟୁବ୍ରେ ପ୍ରକୃତି ମିଶ୍ରଙ୍କୁ ମାଡ଼ ଓ ଧସ୍ତାଧସ୍ତି ଭିଡିଓ ସହ ଅନେକ ଅପମାନଜନକ ଭିଡିଓ ଥିବାରୁ ଏହାକୁ ପକ୍ଷଭୁକ୍ତ କରାଯାଇଛି । ଦାଖଲ ହୋଇଥିବା ମାମଲାରେ ପ୍ରକୃତିଙ୍କୁ ଅପଲୋଡ ହୋଇଥିବା ସମସ୍ତ ଭିଡିଓ ୟୁଟ୍ୟୁବ୍ରୁ ହଟାଇବାକୁ ଆବେଦନରେ କୁହାଯାଇଛି । ଗତ ଜୁଲାଇ ୨୩ ତାରିଖରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରିଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ । ପୂରା ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ଏହା ବି ପଢ଼ନ୍ତୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର
ଏହାପରେ ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ, ବାବୁଶାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ସେ ମୁମ୍ବାଇ ଚାଲି ଯାଇଥିଲେ । ତେବେ (Babushan marital discord) ଘଟଣାକୁ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ଗତକାଲି (୨୩ ତାରିଖ) ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରକୃତି ମିଶ୍ର ।
ଏହାପରେ ଆଜି (ଅଗଷ୍ଟ ୨୪) ଭୁବନେଶ୍ବର କୋର୍ଟରେ ମାମଲା ରୁଜୁ କରିଛନ୍ତି । ଏହାକୁ ନେଇ ପ୍ରକୃତି ମିଶ୍ର କହିଛନ୍ତି, "ଆଇନ ତା କାମ କରିବ । ମୋ ସହ ଯାହା ହୋଇଛି ତା ସମସ୍ତେ ଦେଖିଛନ୍ତି । ମୋ ସହ ଅନ୍ୟାୟ ହୋଇଛି । ମୁଁ ନ୍ୟାୟ ପାଇଁ କୋଟଙ୍କ ଦ୍ବାରସ୍ଥ ହୋଇଛି ।"
ସେପଟେ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, "ଆମେ ଆଜି ମାନହାନୀ ମକଦ୍ଦମା କରିଛୁ । ଲଳିତ ଶତପଥୀ ଓ ତାଙ୍କ ଝିଅ ତୃପ୍ତି ଶତପଥୀଙ୍କ ବିରୋଧରେ ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମକଦ୍ଦମା କରାଯାଇଛି । ୟୁଟ୍ୟୁବ୍ରେ ପ୍ରକୃତି ମିଶ୍ରଙ୍କ ସମ୍ମାନ ହାନୀ ହେଲା ଭଳି ଭିଡିଓ ଅପଲୋଡ ହୋଇଛି । ଏଥିପାଇଁ ୟୁଟ୍ୟୁବ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି ।"
ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁଶାନ ଚେନ୍ନାଇ ଯାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ଅଭିନେତା ବାବୁଶାନଙ୍କ ପତ୍ନୀ ତୃପ୍ତି ଗାଡି ଅଟକାଇ ନିଜ ସ୍ବାମୀଙ୍କୁ ମାଡ ମାରିଥିଲେ । ଏହାସହ ପ୍ରକୃତିଙ୍କ ଦୁର୍ବବ୍ୟବାହର କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ବେଶ କିଛି ଦିନ ଧରି ଏହି ଘଟଣା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ଘଟଣାକୁ ନେଇ ପ୍ରଥମେ ପ୍ରକୃତିକଙ୍କ ବାପା ଥାନାରେ ଏତଲା ଦେଇଥିଲେ । ପରେ କାଉଣ୍ଟର ଏତଲା ଦେଇଥିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ।