ETV Bharat / city

Brajarajnagar Result: ବିଜେପି ନେତା କରିଛନ୍ତି ଆତ୍ମଘାତୀ କାର୍ଯ୍ୟ, କହିଲେ ପ୍ରଦୀପ - ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ

ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଛି । ଫଳାଫଳ ବି ଆସିଛି । ବିଜେଡି ବାଜି ଜିତି ନେଇଛି । ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନର ଫଳାପଳକୁ ନେଇ ବିଭିନ୍ନ ଦିଗରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ରଜରାଜନଗର ଜନମତକୁ ସ୍ବୀକାର କରିଛି ବିଜେପି । ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି । ଅଧିକ ପଢନ୍ତୁ

ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ
author img

By

Published : Jun 5, 2022, 8:51 AM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ଶେଷ ହୋଇଛି । ଫଳାଫଳ ବି ଆସିଛି । ବିଜେଡି ବାଜି ଜିତି ନେଇଛି । ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟ ହାସଲ କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନର ଫଳାପଳକୁ ନେଇ ବିଭିନ୍ନ ଦିଗରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ବ୍ରଜରାଜନଗର ଜନମତକୁ ସ୍ବୀକାର କରିଛି ବିଜେପି । ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲା ବିଜେପି । ବିଜେଡି ସରକାରୀ କର୍ମଚାରୀମାନଙ୍କୁ ଯେଉଁ ମାନେ ନିରପେକ୍ଷ ଭୂମିକା ଗ୍ରହଣ କରିବା କଥା ସେମାନଙ୍କୁ ନିର୍ବାଚନ କାମରେ ଲଗାଯାଉଥିଲା । ବିଜେଡିର କର୍ମୀମାନଙ୍କଠାରୁ ସରକାରୀ କର୍ମଚାରୀମାନେ ଅଧିକ ତତ୍ପରତା ସହିତ କାମ କରୁଥିବା କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଉପନିର୍ବାଚନ ଫଳାଫଳ ବିଜେପିକୁ ଚକିତ କରିଥିବା କହିଛନ୍ତି ପ୍ରଦୀପ ।

BJD ଭୋଟ କିଣାବିକା କରିଛି କହିଲେ ପ୍ରଦୀପ ପୁରୋହିତ

କାହିଁକି ହାରିଲା ବିଜେପି?

ବିଜୁ ଜନତା ଦଳର କର୍ମୀମାନେ ବହୁତ ସକ୍ରିୟ । ସେମାନେ ଦଳକୁ ଜିତେଇବା ପାଇଁ ତାଙ୍କ ଉପରେ ଚାପ ରହୁଛି । ଭିଜିଲାନ୍ସ କେସ, ବଦଳିର ଭୟରେ ସେମାନଙ୍କ ଉପରେ ଚାପ ପକାଯାଉଛି । ସେଥିପାଇଁ ସେମାନେ ଦଳକୁ ଜିତାଇବା ସେମାନଙ୍କ ପ୍ରଥମ କାର୍ଯ୍ୟ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ବିଜେଡିର କର୍ମୀମାନଙ୍କ ଠାରୁ ସରକାରୀ କର୍ମଚାରୀମାନେ ଅଧିକ ତତ୍ପରତା ସହିତ କାମ କରୁଛନ୍ତି । ନଚେତ ସେମାନଙ୍କ ଉପରେ ତୃତୀୟ ମହଲାରୁ ଚାପ ପଡିବ । ଘରକୁ ଘରୁ ପଇବା ପାଣି ପହଞ୍ଚାଇବା, ଚାଷ ଜମିକୁ ପାଣି ଦେଇ ନୁହେଁ ଭୋଟ କିଣାବିକା କରି ବିଜେଡି ନିର୍ବାଚନ ଜିତୁଛି । ଭୋଟ କିଣିବା ବିଜେଡିର ପାରମ୍ପରିକ ନୀତି ।

କଂଗ୍ରେସକୁ ଲୋକ ଭୁଲିଗଲେଣି । କଂଗ୍ରେସ ବିଜେପିଠୁ ଅଧିକ ଭୋଟ ପାଇଲା । ଏହା ପଛରେ ବିଜେଡିର ହାତ ଅଛି । ବ୍ରଜରାଜନଗରରେ କଂଗ୍ରେସକୁ ସବୁ ପ୍ରକାର ସହଯୋଗ କରିଛି ବିଜେଡି । ସେଥିପାଇଁ ସେମାନେ ଦ୍ବିତୀୟରେ ରହିଲେ । ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ଆମକୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ଏତେ କମ ଭୋଟ ପାଇବା କାରଣ ହେଉଛି ବିଜେପିର କିଛି ଆତ୍ମଘାତୀ କାର୍ଯ୍ୟ ହୋଇଥିବ? ଯେଉଁମାନେ ବିଜେପିର ରହି ମଧ୍ୟ ବିଜେଡିକୁ ସହାୟତା କରିଥିବେ । ଏହାର ସମୀକ୍ଷା ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ସମୀକ୍ଷା ବୈଠକ କରାଯାଇ ଆତ୍ମଘାତୀମାନଙ୍କ ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.