ETV Bharat / city

ଶ୍ରମିକଙ୍କ ସେସ ଟଙ୍କାର ହିସାବ ଦିଅନ୍ତୁ ସରକାର: କଂଗ୍ରେସ

author img

By

Published : Aug 9, 2021, 10:13 PM IST

ଶ୍ରମିକ ମାନଙ୍କ ସେସ୍ (CESS) ଆଦାୟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ପ୍ରଦେଶ କଂଗ୍ରେସ । ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଅଧିକ ପଢ଼ନ୍ତୁ...

ଶ୍ରମିକଙ୍କ ସେସ ଟଙ୍କାର ହିସାବ ଦିଅନ୍ତୁ ସରକାର:କଂଗ୍ରେସ

ଭୁବନେଶ୍ବର: ଶ୍ରମିକ ମାନଙ୍କ ସେସ (CESS) ଆଦାୟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ପ୍ରଦେଶ କଂଗ୍ରେସ । ଏହାକୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଭାରତରେ ଅଣସଂଗଠିତ ଶ୍ରମିକମାନଙ୍କର ଶ୍ରମ ଶକ୍ତିର ଯଦି ହିସାବ କରାଯାଏ ତାହା ୯୩ ପ୍ରତିଶତ ହେବ ।

ଦେଶର ଅଭିବୃଦ୍ଧି କ୍ଷେତ୍ରରେ (GDP)କୁ ଏହି ଅଣସଂଗଠିତ କ୍ଷେତ୍ରର ଅବଦାନ ଶତକଡ଼ା ୫୦ ଭାଗ । କିନ୍ତୁ ଏହି ବର୍ଗର ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ମିଳେନାହିଁ ବୋଲି କହିଛନ୍ତି ଡକ୍ଟର ଆର୍ଯ୍ୟ ଜ୍ଞାନେନ୍ଦ୍ର । ଶ୍ରମସ୍ଥଳରେ ଶ୍ରମଦାନ ପାଇଁ ଅନୁକୂଳ ପରିବେଶ ନଥାଏ, ଦୁର୍ଘଟଣାଗ୍ରସ୍ତ ହେଲେ ଏମାନେ ଘରେ ବସି ରହନ୍ତି - ଏମାନଙ୍କୁ ମଜୁରୀ ମିଳେ ନାହିଁ, ଶ୍ରମିକ ସଂଘ ବିଷୟରେ ଏମାନଙ୍କର ଧାରଣା ନଥାଏ । ସରକାରୀ ନିର୍ଦ୍ଧାରିତ ୮ ଘଣ୍ଟାରୁ ଏମାନେ ଅଧିକ ସମୟ କାର୍ଯ୍ୟ କରିଥାନ୍ତି । କୌଣସି ରୋଗରେ ପୀଡ଼ିତ ହେଲେ ଏମାନଙ୍କ ପ୍ରତି କାହାରି ଦରଦ ନଥାଏ । ଏହା ସହିତ ଶ୍ରମ ପାଇଁ ଏମାନେ ମୁଲଚାଲ କରିପାରନ୍ତି ନାହିଁ ।

ଏ ସବୁକୁ ଆଖିରେ ରଖି ଭାରତରେ UPA ସରକାର ୨୦୦୮ ମସିହାରେ କରିଥିବା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କୁ ତିନିବର୍ଷ ଲାଗିଗଲା । ଯାହାଦ୍ବାରା ରାଜ୍ୟ ସରକାର ଏହି ବର୍ଗର ଶ୍ରମିକମାନଙ୍କୁ ଜୋତା, ଛତା ଓ ସାଇକେଲ ଦେଇ ଭୋଟ ବ୍ୟାଙ୍କ କରିବାରେ ଲାଗିପଡ଼ିଛନ୍ତି । ଗତ କୋରୋନା ମହାମାରୀ ସମୟରେ ଏହି ବର୍ଗର ଶ୍ରମିକମାନେ ବିଶେଷ ଭାବରେ ଦାରିଦ୍ର୍ୟତା ଭିତରକୁ ଠେଲି ହୋଇଯାଇଛନ୍ତି । ସେଥିପାଇଁ କଂଗ୍ରେସ ଦଳ ପ୍ରତ୍ୟେକ ଶ୍ରମିକ ପରିବାରକୁ ୬୫୦୦ଟଙ୍କା ଦେବାପାଇଁ ଦାବି କରିଥିଲା । କିନ୍ତୁ ରାଜ୍ୟ ସରକାର ୧୫୦୦ ଟଙ୍କା ଦେଇ ବାହାବା ନେବାପାଇଁ ଚେଷ୍ଟା କରିଛନ୍ତି । ତାହାପୁଣି ରାଜ୍ୟ ସରକାର ଯେଉଁ ୧୫୦୦ ଟଙ୍କା ଦେଉଛନ୍ତି ତାହା ନିଜସ୍ୱ ପାଣ୍ଠିରୁ ନୁହେଁ । ଏହି ଟଙ୍କା ସେସର ସଂଗୃହୀତ ଅର୍ଥ । ଗତ ୧୦ ବର୍ଷରେ ରାଜ୍ୟ ସରକାର ଏହି ସେସ ଟଙ୍କାକୁ ସାଇକେଲ କିଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ବ୍ୟୟ କରିଛନ୍ତି । ଯାହାର ହିସାବ ରାଜ୍ୟ ସରକାର ଶ୍ୱେତପତ୍ର ଆକାରରେ ରାଜ୍ୟବାସୀଙ୍କୁ ଜଣାଇବାକୁ କଂଗ୍ରେସ ଦଳ ଦାବି କରିଛି ।

ରାଜ୍ୟରେ ତଥା କେନ୍ଦ୍ରରେ ଯେଉଁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା କରାଯାଇଛି ଏହାର ଏକ ସମୀକରଣ ହେବାର ଆବଶ୍ୟକତା ରହିଛି । ରେଳବାଇରେ ଗୋଡି ବାଡ଼ଉଥିବା ଶ୍ରମିକଟିଏ ଯେଉଁ ପାରିଶ୍ରମିକ ପାଉଛି, ରାଜ୍ୟରେ ସେହି କାର୍ଯ୍ୟକୁ କରୁଥିବା ଶ୍ରମିକଟିଏ ତାହା ପାଉନାହିଁ । ସେହିଭଳି ମନରେଗାରେ ଯେଉଁ କାର୍ଯ୍ୟ କରୁଛି ତାହାର ମୂଲ୍ୟ ମଧ୍ୟ ଅଲଗା । କଂଗ୍ରେସ ଦଳ ଏକ ସର୍ବନିମ୍ନ ମଜୁରୀର ଧାର୍ଯ୍ୟ କରିବାପାଇଁ ରାଜ୍ୟ ସରକାରଙ୍କ ନିକଟର ଦାବି କରିବା ସହିତ ଗତ ୧୦ ବର୍ଷରେ ସେସ୍ ଟଙ୍କା ଖର୍ଚ୍ଚର ଏଜି ଅଡିଟ କରିବାପାଇଁ ଦାବି କରିଛି ପ୍ରଦେଶ କଂଗ୍ରେସ ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.