ETV Bharat / city

ରାଜ୍ୟରେ ବିଦ୍ୟୁତ ସଙ୍କଟ, ପ୍ରତିଦିନ ଖର୍ଚ୍ଚ ହେଉଛି 16କୋଟି - power crises

ରାଜ୍ୟର ପ୍ରାୟ ପାୱାର ପ୍ଲାଣ୍ଟରେ ଏବେ ବିଦ୍ୟୁତ ଉତ୍ପାଦନ ଠପ । ଅନେକ ସ୍ଥାନରେ 2ରୁ 6ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ । ବିକଳ୍ପ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ପ୍ରତିଦିନ ଖର୍ଚ୍ଚ କରୁଛନ୍ତି 16କୋଟି ।

ବିଦ୍ୟୁତ ସଙ୍କଟ
author img

By

Published : Aug 8, 2019, 6:54 PM IST

ଭୁବନେଶ୍ବର: ରାଜ୍ୟରେ ଘନେଇଲାଣି ବିଦ୍ୟୁତ ସଙ୍କଟ । ବିକଳ୍ପ ବ୍ୟବସ୍ଥା କରି ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯାଉଛି । ବର୍ତ୍ତମାନ ପିକ ଆୱାରରେ 4ହଜାର ମେଗାୱାଟ ବିଜୁଳି ଆବଶ୍ୟକ ହେଉଥିବାବେଳେ ଅଧା ମେଗାୱାଟ ରାଜ୍ୟ ବାହାରୁ କିଣାଯାଉଛି । ଯେଉଁଥିପାଇଁ ପ୍ରତିଦିନ ଖର୍ଚ୍ଚ ହେଉଛି 16କୋଟି ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନଟିପିସି କଣିହାଁ, ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ଓ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ଠପ ପାଇଁ ରାଜ୍ୟରେ ଏଭଳି ସଙ୍କଟ ଉପୁଜିଛି । ବର୍ତ୍ତମାନ ରାଜ୍ୟକୁ ସେଣ୍ଟ୍ରାଲ ସେକ୍ଟରରୁ 23ଶହ ମେଗାୱାଟ, ଆଇପିପିରୁ 339 ଓ ଓପିଜିସିରୁ 652ମେଗାୱାଟ ବିଜୁଳି ଆସୁଛି । ପାୱାର ଏକ୍ସଚେଞ୍ଜ ଜରିଆରେ ବଳକା 700ରୁ 800ମେଗାୱାଟ ବିଜୁଳି ଆସୁଛି ।

କୋଇଲା ଖଣି ଧର୍ମଘଟ ଯୋଗୁଁ ରାଜ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବାଧା ଉପୁଜିଛି । ଦିନକୁ ବେଦାନ୍ତରୁ ୫ଶହ ମେଗାଓ୍ବାଟ, ଜିଏମଆରରୁ ୩୨୦ ମେଗାଓ୍ବାଟ, ଏନଟିପିସି କଣିହାଁରୁ ୩୨୦, ଟିଟିପିଏସରୁ ୪୬୦ ମେଗାଓ୍ବାଟ ବିଦ୍ୟୁତ ଆସିବା କଥା କିନ୍ତୁ ଏବେ ଏହିସବୁ ସ୍ଥାନରୁ ଶକ୍ତି ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ । ଅନ୍ୟପଟେ ବିଦ୍ୟୁତ ଉତ୍ପାଦନରେ ସଙ୍କଟ ଯୋଗୁଁ ଅନେକ ସ୍ଥାନରେ 2ରୁ 6ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ ହେଉଛି ।

ଏନଟିପିସି ଷ୍ଟେଜ ୨ରୁ ୨ଶହ ମେଗାଓ୍ବାଟ ବଦଳରେ ଆସିୁଛି ୭୨ ମେଗାଓ୍ବାଟ। ସେହିପରି ଜଳବିଦ୍ୟୁତ କେନ୍ଦ୍ରମାନଙ୍କରେ ପ୍ରତିଦିନ ୧୪୫୦ ମେଗାଓ୍ବାଟ ଆସିବା ବଦଳ​‌ରେ ଆସୁଛି ୨ଶହରୁ ୩ଶହ ମେଗାଓ୍ବାଟ । ଇନ୍ଦ୍ରାବତୀ, ବୁର୍ଲା, ଚିପିଲିମା, ରେଙ୍ଗଲିରେ ବିଦ୍ୟୁତ ଉତ୍ପାଦନ ଶୂନ ଥିବାବେଳେ ବାଲିମେଳାରୁ ୫୧୦ ମେଗାଓ୍ବାଟ ବଦଳରେ ୫୦ ମେଗାଓ୍ବାଟ ଉତ୍ପାଦନ ହେଉଛି । ତେବେ ବର୍ଷାଦିନେ ଏଭଳି ସ୍ଥିଚି ଉପୁଜିଥିବାବେଳେ ଆଗାମୀ ଭବିଷ୍ୟତରେ ସ୍ଥିତି ସଙ୍ଗୀନ ହୋଇପାରେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଘନେଇଲାଣି ବିଦ୍ୟୁତ ସଙ୍କଟ। ସଙ୍କଟ ଟାଳିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଉପଭୋକ୍ତାଙ୍କ ବିଜୁଳି ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପିକ ଆଓ୍ବାରରେ ୪ହଜାର ମେଗାଓ୍ବାଟ ବିଜୁଳି ଆବଶ୍ୟକ। ହେଲେ ଏହାର ଅଧା ବାହାରୁ କିଣୁଛନ୍ତି। ସେଥିପାଇଁ ପ୍ରତିଦିନ ଖର୍ଚ୍ଚ କରୁଛନ୍ତି ୧୬କୋଟି ଟଙ୍କା । ଏନଟିପିସି କଣିହାଁ, ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ଏବଂ ଜଳ ବଦ୍ୟୁତ ଉତ୍ପାଦନ କେନ୍ଦ୍ରା​ରେ ବିଦ୍ୟୁତ ଉତ୍ପାଦନ ଠପ ପାଇଁ ଏପରି ସଙ୍କଟ ମାଡି ଆସିଛି।
Body:ବର୍ତମାନ ରାଜ୍ୟକୁ ସେଣ୍ଟ୍ରାଲ ସେକ୍ଟରରୁ ୨୩ଶହ ମେଗାଓ୍ବାଟ, ଆଇପିପିରୁ ୩୩୯, ଓପିଜିସିରୁ ୬୫୨ ମେଗାଓ୍ବାଟ ବିଜୁଳିଆସୁଛି। ବାକି ନିଅଣ୍ଟ ପାଇଁ ପାଓ୍ବାର ଏକ୍ସଚେଞ୍ଜ ଜରିଆରେ ୭ଶହ ରୁ ୮୦୦ ମେଗାଓ୍ବାଟ ବିଜୁଳି ଆସୁଛି। ସେହିପରି ଅନ୍ୟ ସୋର୍ସ ରୁ ମଧ୍ୟ ଅଣାଯାଉଛି।

କୋଇଲା ଖଣି ଧର୍ମଘଟ ଯୋଗୁଁ ବେଦାନ୍ତ, ଏନଟିପିସି କଣିହାଁ ଏବଂ ତାଳଚେର ପାଓ୍ବାର ପ୍ଲାଣ୍ଟ କୋଇଲା ଆଭାବ ପାଇଁ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବାଧା ଉପୁଜିଛି। ଦିନକୁ ବେଦାନ୍ତ ୫ଶହ ମେଗାଓ୍ବାଟ, ଜିଏମଆର ୩୨୦ ମେଗାଓ୍ବାଟ, ଏନଟିପିସି କଣିହାଁରୁ ୩୨୦, ଟିଟିପିଏସରୁ ୪୬୦ ମେଗାଓ୍ବାଟ ବିଦ୍ୟୁତ ଆସିବା କଥା ଏବେ କିନ୍ତୁ ଏଠାରୁ ବିଦ୍ୟୁତ ଶକ୍ତି ଆସିବା ପୁରା ଠପ ​ହୋଇଯାଇଛି। ଏନଟିପିସି ଷ୍ଟେଜ ୨ରୁ ୨ଶହ ମେଗାଓ୍ବାଟ ବଦଳରେ ଆସିୁଛି ୭୨ ମେଗାଓ୍ବାଟ। ସେହିପରି ଜଳବିଦ୍ୟୁତ କେନ୍ଦ୍ର ମାନଙ୍କରେ ପ୍ରତିଦିନ ୧୪୫୦ ମେଗାଓ୍ବାଟ ଆସିବା ବଦଳ​‌ରେ ଆସୁଛି ୨ଶହରୁ ୩ଶହ ମେଗାଓ୍ବାଟ। ଇନ୍ଦ୍ରବତୀ, ବୁର୍ଲା, ଚିପିଲିମା, ରେଙ୍ଗଲିରେ ବିଦ୍ୟୁତ ଉତ୍ପାଦନ ପୁରା ଠପ ହୋଇଯାଇଛି। ବାଲିମେଳାରୁ ୫୧୦ ମେଗାଓ୍ବାଟ ବଦଳରେ ୫୦ ମେଗାଓ୍ବାଟ ଉତ୍ପାଦନ ହେଉଛି।

ବାଇଟ- କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଶକ୍ତିମନ୍ତ୍ରୀ
ବାଇଟ- ଇଂ ମାନସ କୁମାର ଦାସ, ବାଣିଜ୍ୟ ନିର୍ଦେଶକ ଗ୍ରୀଡକୋ

Conclusion:ବର୍ଷାଦିନେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ସ୍ଥିତି ଆହୁତି ବିଗିଡିବ। ସେପଟେ ସ୍ଥିତି ଖରାପ ହ୍ରବା ଯୋଗୁ ଅନର୍କ ସ୍ଥାନରେ 2 ରୁ 6 ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.