ETV Bharat / city

ରାଜ୍ୟରେ କମୁଛି କୋରୋନା ଗୁରୁତରଙ୍କ ସଂଖ୍ୟା, 0.5% ଶିଶୁ ICUରେ

author img

By

Published : Oct 11, 2021, 2:15 PM IST

ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡ଼ିଏମଇଟି ସିବିକେ ମହାନ୍ତି । ତାଙ୍କ ମତାନୁସାରେ ରାଜ୍ୟରେ ଏବେ ସଂକ୍ରମଣ କମୁଥିବା ବେଳେ କମୁଛି କୋରୋନା ଗୁରୁତର ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 0.5 ପ୍ରତିଶତ ଶିଶ ଆଇସିୟୁରେ ରହିଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ଗୁରୁତରଙ୍କ ସଂଖ୍ୟା, ଏବେ ପର୍ଯ୍ୟନ୍ତ 0.5 ପ୍ରତିଶତ ଶିଶୁ ଆଇସିୟୁରେ ଅଛନ୍ତି

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଓ ଡ଼ିଏମଇଟି ସିବିକେ ମହାନ୍ତି । ତାଙ୍କ ମତାନୁସାରେ ରାଜ୍ୟରେ ଏବେ ସଂକ୍ରମଣ କମୁଥିବା ବେଳେ କମୁଛି କୋରୋନା ଗୁରୁତର ରୋଗୀଙ୍କ ସଂଖ୍ୟା। ଆଇସିୟୁ ଓ ଭେଣ୍ଟଲେଟରରେ ମଧ୍ୟ କମୁଛନ୍ତି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 0.5 ପ୍ରତିଶତ ଶିଶ ଆଇସିୟୁରେ ରହିଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା 0 ରୁ 18 ବର୍ଷ ବୟସ ମଧ୍ୟରେ 88 ହଜାର 273 ଜଣ କୋରୋନାରେ ଆକ୍ରାନ୍ତ ହେଲେଣି।

ତେବେ ଦୈନିକ ଶିଶୁଙ୍କ ଆକ୍ରାନ୍ତ ତଥ୍ୟ ଅନୁଯାୟୀ, ଆଜି ରାଜ୍ୟରେ ମୋଟ 448 ଆକ୍ରାନ୍ତ ଚିହ୍ନଟ ବେଳେ ଶିଶୁ 59 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅକ୍ଟୋବର 1 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 477 ରହିଥିବା ବେଳେ ଶିଶୁ ରହିଥିଲେ 74 ଜଣ, ଅକ୍ଟୋବର 2 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ 478 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶିଶୁ 57 ଜଣ ଆକ୍ରାନ୍ତ ହୋଇଥିଲେ। ଅକ୍ଟୋବର 3 ତାରିଖରେ ରାଜ୍ୟର ମୋଟ ଆକ୍ରାନ୍ତ 528 ଚିହ୍ନଟ ହୋଇଥିବା ବେଳେ ଶିଶୁ 73 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର 4 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ 407 ରହିଥିବା ବେଳେ 74 ଜଣ ଶିଶୁ ରହିଥିଲେ । ଭାବରେ ଅକ୍ଟୋବର 5 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ 593 ଜଣ ଚିହ୍ନଟ ହୋଇଥିବା ବେଳେ 80 ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର 6 ତାରିଖରେ ରାଜ୍ୟରେ ମୋଟ 453 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 53 ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର 7 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ 582 ଜଣ ଚିହ୍ନଟ ହୋଉଥିବା ବେଳେ 83 ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର 8 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ524 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 75 ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର 9 ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତ 526 ଜଣ ଚିହ୍ନଟ ହୋଇଥିବା ବେଳେ 68 ଜଣ ଶିଶୁ ଚିହ୍ନଟ ହୋଇଥିଲେ। ଅକ୍ଟୋବର 10 ତାରିଖରେ ରାଜ୍ୟରେ ମୋଟ 652 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 92 ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ତେବେ ରାଜ୍ୟରେ 11 ଦିନ ମଧ୍ୟରେ ମୋଟ 788 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ବେସି ଗୁରୁତର ରୋଗୀ ଆଇସିୟୁ ଏବଂ ଭେଣ୍ଟଲେଟରରେ ନାହାନ୍ତି। ଗତକାଲି 25 ଜଣ ପିଲା ହସ୍ପିଟାଲରେ ଆଡମିଶନ ହୋଇଛନ୍ତି । ତେବେ ଆଇସିୟୁରେ ମାତ୍ର 0.5 ପ୍ରତିଶତ ଶିଶୁ ରହିଛନ୍ତି। ଅନ୍ୟାପଟେ ଯେହେତୁ ବତ୍ତମାନ ଶୀତ ଋତୁ ଆସିଲାଣି ତେବେ ଅନେକ ଶିଶୁଙ୍କ କ୍ଷେତ୍ରରେ ଭାଇରାଲ ଜ୍ବର ଦେଖାଯାଉଛି। ତେବେ ସମସ୍ତ ଜ୍ବର କୋରୋନାର ଲକ୍ଷଣ ନୁହେଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଓ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.