ETV Bharat / city

AIIMSରେ ଗରିବ ଓ ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ECMO ଚିକିତ୍ସା

ଭୁବନେଶ୍ବର ଏମସରେ ଗରିବ ଓ ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା । ଅଧିକ ପଢନ୍ତୁ...

author img

By

Published : Aug 21, 2021, 4:00 PM IST

Updated : Aug 21, 2021, 4:09 PM IST

Poor and ration cardholders in Odisha to get free ECMO facility
ଏମସରେ ଗରିବ ଓ ରେସନ କାର୍ଡଧାରୀଙ୍କୁ ମିଳିବ ମାଗଣା ECMO ଚିକିତ୍ସା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସ (AIIMS)ରେ ଗରିବ ଓ ରାସନ କାର୍ଡଧାରୀଙ୍କୁ ମିଳିବ ମାଗଣା ଇକମୋ ଚିକିତ୍ସା । ଖର୍ଚ୍ଚବହୁଳ ଏହି ଚିକିତ୍ସା ପଦ୍ଧତି ଗରିବଙ୍କୁ ମାଗଣାରେ ପ୍ରଦାନ କରାଯିବ । ବିପିଏଲ୍‌ ଓ ରାସନ କାର୍ଡଧାରୀଙ୍କୁ ମାଗଣା ମିଳିବ ଇକ୍‌ମୋ ଚିକିତ୍ସା । ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏ ନେଇ ସୂଚନା ପ୍ରଦାନ କରିଛନ୍ତି ।

ତେବେ ସୂଚନା ମୁତାବକ, ବର୍ତ୍ତମାନ ଭୁବନେଶ୍ବର ଏମ୍ସ (AIIMS)ରେ ଗୋଟିଏ ECMO ମେସିନ୍ କାର୍ଯ୍ୟକ୍ଷମ ଥିବା ବେଳେ ଖୁବଶୀଘ୍ର ଆଉ ଗୋଟିଏ ଲାଗିବ ।

କୋରୋନା ମହାମାରୀ ଦ୍ବିତୀୟ ଲହରିରେ ରାଜ୍ୟରେ ECMO ଚିକିତ୍ସାର ବହୁଳ ଆବଶ୍ୟକତା ପଡିଥିଲା । ଏହିସହିତ ରାଜ୍ୟର ବହୁ ରୋଗୀ ECMO ଚିକିତ୍ସା ପାଇଁ ଏୟାରଲିଫ୍ଟ ହୋଇ ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଏହି ଚିକିତ୍ସା ଅତ୍ୟଧିକ ବ୍ୟହବହୁଳ ହୋଇଥିବା ବେଳେ ରାଜ୍ୟରେ ଏହାର ଉପଲବ୍ଧତା ନଥିବା ନେଇ ଚାରିଆଡୁ ସରକାରଙ୍କୁ ନିନ୍ଦା କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 21, 2021, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.