ଭୁବନେଶ୍ବର: ଆର୍ଥିକ ଅଭିବୃଦ୍ଧି ହାରକୁ ନେଇ ଶାସକ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କୋଭିଡ ମାନ୍ଦାବସ୍ଥା ସତ୍ତ୍ବେ ରାଜ୍ୟର ଅର୍ଥ ନୈତିକ ଅଭିବୃଦ୍ଧି ଘଟିଛି । ରାଜ୍ୟ ସରକାର ଆର୍ଥିକ ସନ୍ତୁଳନ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଏହା ଦର୍ଶାଇଛନ୍ତି । ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । କଂଗ୍ରେସ ଏନେଇ ପ୍ରଶ୍ନ ଉଠାଇଛି।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଲୋକଙ୍କ ସଞ୍ଚୟ କମିଛି, ବ୍ୟୟ ବଢିଛି କିନ୍ତୁ ଆୟ ବୃଦ୍ଧି ହୋଇନି । ଶିଳ୍ପ ଏବଂ କୄଷି କ୍ଷେତ୍ର ମଧ୍ୟ କ୍ଷତି ସହିଥିବାବେଳେ କେବଳ ଖଣିରୁ ରାଜସ୍ବ ବୃଦ୍ଧିହୋଇଛି । ଏପରି ସ୍ଥିତିରେ ରାଜ୍ୟର ଅଭିବୃଦ୍ଧି କଥା ଯାହା କୁହାଯାଇଛି ତାହା ବାସ୍ତବିକ ଠିକ ନୁହେଁ । ରାଜ୍ୟରେ ଋଣ ବୃଦ୍ଧି ପାଇଛି, ଆର୍ଥିକ ଅଭିବୃଦ୍ଧି ହେଲା କେଉଁଠି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ