ETV Bharat / city

କୋରୋନା କବଳରେ ହେଭିୱେଟ ନେତା, ଆଶଙ୍କାରେ ବିଧାନସଭା ମୌସୁମୀ ଅଧିବେଶନ

author img

By

Published : Sep 13, 2020, 8:57 PM IST

ସାରା ଦେଶ ଓ ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଅନେକ ହେଭିୱେଟ ନେତା କୋରୋନାରେ ଆକ୍ରାନ୍ତ । ବିଧାନସଭାର ମୌସୁମୀ ଅଧିବେଶନ କେବେ ବସିବ, ତାହା ଏବେ ଆଶା ଆଶଙ୍କାରେ । ଅଧିକ ପଢନ୍ତୁ...

କୋରୋନା କବଳରେ ହେଭିୱେଟ ନେତା, ଆଶଙ୍କାରେ ବିଧାନସଭା ମୌସୁମୀ ଅଧିବେଶନ
କୋରୋନା କବଳରେ ହେଭିୱେଟ ନେତା, ଆଶଙ୍କାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ସାରା ଦେଶ ଓ ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ । କେବଳ କେନ୍ଦ୍ରରେ ନୁହେଁ, ରାଜ୍ୟରେ ମଧ୍ୟ ଅନେକ ହେଭିୱେଟ ନେତା କୋରୋନାରେ ଆକ୍ରାନ୍ତ । ରାଜ୍ୟରେ ୨୦ରୁ ଅଧିକ ବିଧାୟକ ଓ ୬ ଜଣ ମନ୍ତ୍ରୀ ମହାମାରୀରେ ସଂକ୍ରମିତ ହୋଇ ସାରିଲେଣି । ଖୋଦ ବିଧାନସଭାର ବାଚସ୍ପତି ବି ଏବେ ହୋମ କ୍ଵାରେଣ୍ଟାଇନରେ । ଏପରି ସମୟରେ ନେତାଙ୍କୁ ଘାରିଛି କୋରୋନା ଭୟ ।

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ , ବୟନଶିଳ୍ପ ମନ୍ତ୍ରୀ ପଦ୍ମୀନି ଦିଆନ ଓ ମହିଳା ଶିଶୁବିକାଶ ମନ୍ତ୍ରୀ ଟୁକିନି ସାହୁ ଏବଂ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମସ୍ତେ କୋରୋନାରେ ଆକ୍ରାନ୍ତ । ରାଜ୍ୟରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରୁଥିବା ବେଳେ ସାମାଜିକ ଜୀବନ ସହ ଜଡିତ ଥିବା ନେତା ସଂକ୍ରମଣର ଶିକାର ହେବା ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ରାଜଧାନୀରେ କୋରୋନା ଆକ୍ରାନ୍ତ ବଢୁଥିବାରୁ ସରକାର ଠୋସ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ।

ଜଣକ ପରେ ଜଣେ ନେତା କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନ କେବେ ବସିବ, ତାହା ଏବେ ଆଶା ଆଶଙ୍କାରେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.