ETV Bharat / city

ସାବାଡ ହେବେ ନିଶା ବେପାରୀ, କମିଶନରେଟ ପୋଲିସ ଆରମ୍ଭ କଲା ସ୍ପେଶାଲ ଡ୍ରାଇଭ - special drive

ରାଜଧାନୀରେ ନିଶା ବେପାରୀଙ୍କୁ ସାବାଡ କରିବାକୁ କମିଶନରେଟ୍ ପୋଲିସ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ପ୍ରଥମ ଦିନରେ 15ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 11, 2019, 7:18 PM IST

ଭୁବନେଶ୍ବର: ନିଶା ବେପାରୀଙ୍କ ଗଡ ପାଲଟିଛି ରାଜଧାନୀ । ନିଶା ବେପାର ପାଇଁ ଗଳିକନ୍ଦିକୁ ମଧ୍ୟ ଛାଡୁ ନାହାନ୍ତି ଏମାନେ। ଏପରିକି ସହରର ଅନେକ ସ୍ଥାନରେ ଅବାଧରେ ଚାଲିଛି ନିଶା ବେପାର । ଆଉ ଏହି ବେପାରୀଙ୍କୁ ଲଗାମ ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । ଏହି ଡ୍ରାଇଭ ଯୋଗୁଁ ପ୍ରଥମ ଦିନରେ 15ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମିୟାଁମାରରୁ ନିଶା କାରବାର ହେଉଥିବା ବେଳେ ଏହାର ଚେର ଜଳେଶ୍ବର ଆଡକୁ ଲମ୍ବିଛି । ଖୁଚୁରା ବ୍ୟବସାୟୀ ଓ ମୁଖ୍ୟ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହେଉଛି ପୋଲିସ । ଏମାନେ ନିଶା କାରବାର କରିବା ସହ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ପୋଲିସ ଜାଣିବା ପରେ ଏମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.