ETV Bharat / city

ତୃତୀୟ ଲହରକୁ ନେଇ ବଢୁଛି ଭୟ, ପୋଲିସ ପାଇଁ ଆଉ ଏକ ଚାଲେଞ୍ଜ

କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୋଲିସ ତତ୍ପର । ସରକାର ଯାହା ନିର୍ଦ୍ଦେଶ ଦେବେ ସେସବୁ ପାଳ ପାଇଁ ପୋଲିସ ପ୍ରସ୍ତୁତ ବୋଲି ଭୁବନେଶ୍ବର ଡିସିପିଙ୍କ ମତ । ଅଧିକ ପଢନ୍ତୁ...

author img

By

Published : Jul 17, 2021, 9:02 AM IST

Updated : Jul 17, 2021, 10:32 AM IST

ତୃତୀୟ ଲହରକୁ ନେଇ ବଢୁଛି ଭୟ, ପୋଲିସ ପାଇଁ ଆଉ ଏକ ଚାଲେଞ୍ଜ
ତୃତୀୟ ଲହରକୁ ନେଇ ବଢୁଛି ଭୟ, ପୋଲିସ ପାଇଁ ଆଉ ଏକ ଚାଲେଞ୍ଜ

ଭୁବନେଶ୍ବର: କୋରୋନା ଦ୍ବିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା । ଦ୍ବିତୀୟ ଲହର ନ ଯାଉଣୁ ତୃତୀୟ ଲହର ଆଶଙ୍କା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରଙ୍କୁ ଚିନ୍ତାରେ ପକାଇଲାଣି । କାରଣ ସ୍ବସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଅଗଷ୍ଟ ସୁଦ୍ଧା ଦେଶରେ ତୃତୀୟ ଲହର କାୟା ବିସ୍ତାର କରିବ ।

ତେବେ ଏସବୁ ମଧ୍ୟରେ ପୋଲିସକୁ ଆଉ ଏକ ବଡ ଚାଲେଞ୍ଜକୁ ସାମ୍ନା କରିବାକୁ ପଡିପାରେ । ସହରବାସୀଙ୍କୁ ସଚେତନତା ସହ କୋଭିଡ଼ କଟକଣା ଏନଫୋରସମେଣ୍ଟ ପୋଲିସ ପାଇଁ ଆଉ ଏକ ଗୁରୁ ଦାୟିତ୍ବ । କାରଣ ସମ୍ଭାବ୍ୟ ତୃତୀୟ ଲହର ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଅର୍ଥାତ ଛୋଟ ଅଞ୍ଚଳ ହେଉ ବା ବଡ଼ ସବୁ ଅଞ୍ଚଳରେ ପୋଲିସ ପ୍ରହରା ଦେବା ସହ ପ୍ରଶାସନକୁ ସାହାଯ୍ୟ କରିବ । ସବୁଠୁ ବଡ କଥା ହେଉଛି କି ଯେମିତି ଜନସାଧାରଣ ଏକତ୍ରିତ ନ ହୁଅନ୍ତି ଅର୍ଥାତ୍ ସାମାଜିକ ଦୂରତା ନିୟମ ଯେପରି ସବୁଠି କଡାକଡି ହୁଏ ସେଥିପ୍ରତି ପୋଲିସ ଅଧିକ ଗୁରୁତ୍ବ ଦେବ ।

ସେହିପରି ମାସ୍କ ଚେକିଂ, ହସ୍ପିଟାଲ ଠୁ ଆରମ୍ଭ କରି ସ୍ମଶାନ ଘାଟ, ଅପରାଧିକ ସ୍ଥାନରେ ତଦନ୍ତ, ଅପରାଧିଙ୍କ ସହ ଛକାପଞ୍ଝା, ଭିଭିଆଇପି ସୁରକ୍ଷା ସରକାରୀ ସମ୍ପତିର ସୁରକ୍ଷା, ଜନଜୀବନ ପ୍ରତି ସୁରକ୍ଷାର ଭଳି ଗୁରୁ ଦାୟିତ୍ବ ନିର୍ଭର କରୁଛି ପୋଲିସ ଉପରେ । ଏସବୁ ମଧ୍ୟରେ ସରକାରଙ୍କ ନୂଆ ଗାଇଡଲାଇନ ହେଉ ବା ରାସ୍ତା ଉପରେ କୋଭିଡ଼ କଟକଣା ପରିଚାଳନା । ସବୁ ସ୍ଥିତିରେ ପୋପିସ ପାଇଁ ତୃତୀୟ ଲହର ମୁକାବିଲା କରିବା ଏକ ବଡ ଚାଲେଞ୍ଜ । ଏସବୁ ସ୍ଥିତିରେ ସରକାରଙ୍କ ଯାହା ନିର୍ଦ୍ଦେଶ ରହିବ ତାକୁ ପାଳନ କରିବା ପାଇଁ ପ୍ରସ୍ତୁତ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 17, 2021, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.