ETV Bharat / city

ରାତିଅଧିଆ ଡିଜିପି ପରିବର୍ତ୍ତନ ଠିକ ହୋଇନାହିଁ: ପୂର୍ବତନ ପୋଲିସ ଡିଜି

ଗତ ମଧ୍ୟରାତ୍ରିରେ ଅଚାନକ ପୋଲିସ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ରାଜନୀତି ଯୋରଦାର । ଏ ପ୍ରସଙ୍ଗରେ ନିଜ ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜିପି ।

ଏସଏନ ତିୱାରୀ
author img

By

Published : Nov 21, 2019, 8:11 PM IST

ଭୁବନେଶ୍ବର: ବୁଧବାର ମଧ୍ୟରାତ୍ରରେ ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ଅଚାନକ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଗତ ଅଗଷ୍ଟ ମାସରେ ଦାୟିତ୍ବ ନେଇଥିବା ଶର୍ମାଙ୍କୁ ହଠାତ ଡିଜିରୁ ଓଏସଡି କରିଥିବା ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ମଧ୍ୟ ଯୋରଦାର ହଙ୍ଗାମା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସରକାରଙ୍କ ଏହି ପଦକ୍ଷେପରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ଡିଜିପି ଏସଏନ ତିୱାରୀ । ତିୱାରୀ କହିଛନ୍ତି ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲା ତଦନ୍ତ କରି ପଦକ୍ଷେପ ନେବାକଥା । ଏମିତି ଅପମାନ ଜନକଭାବେ ରାତି ଅଧିଆ ବଦଳି କରିବା ଠିକ ହୋଇନାହିଁ ବୋଲି ସେ କହିଛନ୍ତି । ଏମିତି ଢଙ୍ଗରେ ପରିବର୍ତ୍ତନ କଲେ ଭବିଷ୍ୟତରେ ଅଫିସରଙ୍କ ମନୋବଳ କମିଯିବ ବୋଲି ସେ ଚେତାଇ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରାତି ଅଧିଆ ଡିଜିପି ଙ୍କ ପରିବର୍ତ୍ତନ କୁ ନେଇ ପ୍ରୟିକ୍ରିୟା ରହିଲେ ପୂର୍ବତ୍ତନ ଡିଜିପି।

୫ ମାସ ହୋଇନି ବଦଳିଗଲେ ଡିଜିପି। ଅଗଷ୍ଟ ମାସରେ ଡିଜିପି ଦାଇତ୍ୱ ଗ୍ରହଣ କରିଥିବା ଡିଜିପି ବି କେ ଶର୍ମା ଅଚାନକ ଭାବରେ ରାତିଅଧିଆ ବଦଳି ହୋଇଛନ୍ତି। ଏହା କୁ ନେଇ ପୂର୍ବତନ ଡିଜିପି ଏସ ଏନ ତିୱାରି ଦୁଃଖ ପ୍ରକାଶ କରିଛନ୍ତି। ଏହା ଠିକ ହୋଇନାହିଁ। ଯଦି କୌଣସି ଭୁଲ ରହିଛି ତେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।

Body:

ରାତି ଅଧିଆ ପରିବର୍ତ୍ତନ କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଜୋର ଧରିଛି। ଯାହା ଏକ ଡିଜିପି ପାହ୍ୟାର ଅଧିକାରୀଙ୍କୁ ଏଭଳି ପରିବର୍ତ୍ତନ କରିବା ଆବଶ୍ୟକତା ନଥିଲା। ଏହା ଏକ ପ୍ରକାରର ଅପମାନିତ କରାଉଛି। ଯଦି କାର୍ଯ୍ୟରେ କୌଣସି ଅବହେଳିତ ରହିଛି ତେବେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି। ଯାହା ନକରି ରାତି ଅଧିଆ ପରିବର୍ତ୍ତନ କରାଜିଛି ବୋଲି କହିଛନ୍ତି ପୂର୍ବତ୍ତନ ଡିଜିପି ଏସ ଏନ ତିୱାରି।ଅନ୍ୟପଟେ କିଛି ମଲ ଓ ହସ୍ପିଟାଲକୁ ଅଗ୍ନିଶମ ପ୍ରମାନପତ୍ର ଦେବାରେ ବିଳମ୍ବ ହୋଇଛି । ଯାହା ପାଇଁ ପରିବର୍ତ୍ତନ ହୋଇଥିବା ଜଣାପଡୁଛି ବୋଲି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଅଗ୍ନିଶମ ବିଭାଗରେ କାର୍ଯ୍ୟ କରୁଥିବା ଡିଜିପି ବି କେ ଶର୍ମା ଅନେକ ମଲ ଓ ହସ୍ପିଟାଲର ଅଗ୍ନିଶମ ପ୍ରମାଣପତ୍ର କୁ ନେଇ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ। ଯାହା ବାରମ୍ବାର ଅଭିଯୋଗ ହେଉଥିଲା। ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲା । ଯାହା ପ୍ରମାଣ ମିଳିବା ପରେ ରାତିଅଧିଆ ବଦଳାଦେଆଯାଇଛି। ଶର୍ମା ଙ୍କ ପରିବର୍ତ୍ତନ କରିବ ପଛରେ ଅନ୍ୟ କିଛି ରହସ୍ୟ ଥିବା ଚର୍ଚ୍ଚା ହେଉଛି।

Byte ଏସ ଏନ ତିୱାରି, ପୂର୍ବତନ ଡିଜିପି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.