ETV Bharat / city

ସାହସ ପାଇଁ ସମ୍ମାନ, ସମ୍ମାନିତ କଲେ ପୋଲିସ କମିଶନର

ଲୁଟେରାଙ୍କ ସହ ଲଢିଥିଲେ ସାହସୀ ସୁବ୍ରତ। ମା’ଙ୍କର ଚେନ ଝାମ୍ପି ନେଉଥିବା ବେଳେ କରିଥିଲେ ଉଦ୍ଧାର। ନିଜ ଜୀବନକୁ ବିପଦରେ ପକାଇ କରିଥିଲେ ଲୁଟେରାଙ୍କ ଧରିବାର ଚେଷ୍ଟା।

author img

By

Published : Aug 16, 2019, 10:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୁଟେରାଙ୍କ ସହ ଲଢିଥିଲେ ସାହସୀ ସୁବ୍ରତ। ମା’ଙ୍କର ଚେନ ଝାମ୍ପି ନେଉଥିବା ବେଳେ କରିଥିଲେ ଉଦ୍ଧାର। ନିଜ ଜୀବନକୁ ବିପଦରେ ପକାଇ କରିଥିଲେ ଲୁଟେରାଙ୍କ ଧରିବାର ଚେଷ୍ଟା। 30 ମିଟର ପର୍ଯ୍ୟନ୍ତ ଲୁଟେରାଙ୍କ ସହ ଲଢିଥିଲେ ସାହସୀ ସୁବ୍ରତ । ଶେଷରେ ସୁବ୍ରତଙ୍କ ସଂଗ୍ରାମ ଆଗରେ ହାର ମାନିଥିଲେ ଲୁଟେରା ଓ ଧରା ପଡିବା ପରେ ଫେରାଇଥିଲେ ମା’ର ସୁନା ଚେନ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବାରୁ ସ୍ଥାନୀୟ ଲୋକଙ୍କ ସହ ମିଶି ଲୁଟେରାଙ୍କୁ ପୋଲିସ ଜିମା ଦେଇଥିଲେ ସୁବ୍ରତ। ସୂଚନା ଅନୁଯାୟୀ ଗତ 14 ତାରିଖରେ ରାଜଧାନୀର ମଞ୍ଚେଶ୍ବର ଥାନା ଅଧିନସ୍ଥ ଜିଜିପି କଲୋନୀର ଭାଗବତ ସନ୍ଧାନରେ ଘଟିଥିବା ଘଟଣା ଏବେ ପାଲଟିଛି ଚର୍ଚ୍ଚାର ବିଷୟ। ଯାହାକୁ ନେଇ ଯାଜପୁର ବାଲିଚନ୍ଦ୍ରପୁର ପାନଶୁଆପାଳର ସୁବ୍ରତ ଓଝାକୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର।

କମିଶନରଙ୍କ ମୁଖ୍ୟାଳୟରେ ସ୍ବତନ୍ତ୍ର ଭାବେ ତାଙ୍କର ସାହସିକତାର ପ୍ରଶଂସା କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ଗହଣରେ ଦେଇଛନ୍ତି ସମ୍ମାନ। ଯାହାକୁ ନେଇ ଏଭଳି ସାହସିକତା ପାଇଁ ରାଜଧାନୀରେ ଲୁଟେରାଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହ ଲୁଟ ବା ଛିନତାଇ କରିବାକୁ ଭୟ କରିବେ ବୋଲି କହିଛନ୍ତି ପୋଲିସ କମିଶନର। ତେବେ ଦୁଇ ଲୁଟେରାଙ୍କୁ 15 ତାରିଖରେ କୋର୍ଟ ଚାଲାଣ କରିଥିଲା ପୋଲିସ । ଅନ୍ୟପଟେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣା ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସାହାସ ପାଇଁ ସମ୍ମାନ,ସମ୍ମାନିତ କଲେ କମିସନର
Body:
ଲୁଟେରାଙ୍କ ସହ ଲଢିଥିଲା ସୁବ୍ରତ।ମାର ଚେନ ଝାମ୍ପି ନେଉଥିବା ବେଳେ କରିଥିଲା ଉଦ୍ଧାର।ନିଜ ଜିବନକୁ ବିପଦରେ ପକାଇ କରିଥିଲା ଲୁଟେରାଙ୍କ ସହ ସଂଗ୍ରାମ। ୩୦ ମିଟର ପର୍ଯନ୍ତ ଲୁଟେରାଙ୍କ ସହ ଲଢିଥିଲା ସାହସି ପୁଅ । ଫଳରେ ପୁଅର ସଂଗ୍ରାମ ଆଗରେ ହାର ମାନିଥିଲେ ଲୁଟେରା।ଶେଷରେ ଧରାପଡିବା ପରେ ମାର ସୁନା ଚେନ ଉଦ୍ଧାର କରି ପୋଲିସକୁ ଦୁଇ ଲୁଟେରାଙ୍କୁ ଜିମା ଦେଇଥିଲେ ଲୋକେ।ଗତ ୧୪ ତାରିଖରେ ରାଜଧାନୀର ମଂଚେଶ୍ବର ଥାନା ଅଧିନ ଜିଜିପି କଲୋନିର ଭାଗବତ ସଂନ୍ଧାନରେ ଘଟିଥିବା ଘଟଣା ଏବେ ବେସ ପାଲଟିଛି ଚର୍ଚା। ଯାହାକୁ ନେଇ ଯାଯପୁର ବାଲିଚନ୍ଦ୍ରପୁର ପାନଶୁଆପାଳର ସୁବ୍ରତ ଓଝାକୁ ସମ୍ମାନିତ କରିଛନ୍ତି ପୋଲିସ କମିସନର। କମିସନରଙ୍କ ମୁଖ୍ଯାଳୟର ସ୍ବତନ୍ତ୍ର ଭାବେ ତାଙ୍କର ସାହସିକତାର ତାରିଫ କରିବା ସହ ବରିଷ୍ଠ ପୋଲିସ ଅଧିକାରିଙ୍କ ଗହଣରେ ଦେଇଛନ୍ତି ସମ୍ମାନ। ଯାହାକୁ ନେଇ ଏଭଳି ସାହସିକତା ପାଇଁ ରାଜଧାନୀରେ ଲୁଟେରାଙ୍କ ମଧ୍ଯରେ ଭୟ ସୃଷ୍ଟି ହେବ ଏବଂ ଏଭଳି ଲୁଟ ବା ଛିନତାଇ କରିବାକୁ ଭୟ କରିବେ ବୋଲି କହିଛନ୍ତି ପୋଲିସ କମିସନର।ତେବେ ଦୁଇ ଲୁଟେରାଙ୍କୁ ୧୫ ତାରିଖରେ କୋର୍ଟ ଚାଲାଣ କରିଥିଲା ପୋଲିସ ଆଉ ଜଣେ ଅଭିଯୁକ୍ତ ଏବେ ବି ଅଛି ଫେରାର।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.