ଭୁବନେଶ୍ବର: ଆସନ୍ତା ନଭେମ୍ବର 11 ତାରିଖରେ ଆରମ୍ଭ ହେବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା । ନଭେମ୍ବର ୧୨ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ଅନୁଷ୍ଠିତ ହେବ । ଏନେଇ ଆଜି (ମଙ୍ଗଳବାର) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କୋରୋନା ଗାଇଡ ଲାଇନ ପାଳନ କରି ପରୀକ୍ଷା କରାଯିବ ।

ପରୀକ୍ଷା ସମୟରେ COVID-19 ଗାଇଡଲାଇନକୁ କଡାକଡି ଭାବରେ ପାଳନ କରାଯିବା ସହ କୌଣସି ପରୀକ୍ଷାର୍ଥୀଙ୍କୁ ମାସ୍କ ନପିନ୍ଧି ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ପ୍ରାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଏବଂ ଫଟୋ ପରିଚୟ କାର୍ଡ ବହନ କରିବା ଜରୁରୀ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । କୋରୋନା ଗାଇଡ ଲାଇନ ପାଳନ କରି ପରୀକ୍ଷା କରାଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ