ETV Bharat / city

ପ୍ରକାଶ ପାଇଲା +3 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ, ଆଗରେ ବିଜେବି କଲେଜ

author img

By

Published : Sep 23, 2021, 3:05 PM IST

ପ୍ରକାଶ ପାଇଲା ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ । ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ବିଜେବି କଲେଜ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା +3 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ, ଆଗରେ ବିଜେବି କଲେଜ
ପ୍ରକାଶ ପାଇଲା +3 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ, ଆଗରେ ବିଜେବି କଲେଜ

ଭୁବନେଶ୍ବର: ଯୁକ୍ତ ତିନି ଆଡମିଶନ ନେଇ ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟର କଟ୍ ଅଫ ମାର୍କ । ମୋଟ 2 ଲକ୍ଷ 44 ହଜାର 252 ଜଣ ପିଲା ଆବେଦନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି 40 ହଜାର 611 ଜଣ ଛାତ୍ରଛାତ୍ରୀ । ଶିକ୍ଷାର୍ଥୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି କଲେଜ ।

ବିଜେବି କଲେଜ ସମସ୍ତ ବିଭାଗରେ କଟ୍ ଅଫ ମାର୍କରେ ଆଗୁଆ ରହିଛି । କଲେଜର କଳା ବିଭାଗରେ ଜେନେରାଲ ବର୍ଗରେ ଭୂଗୋଳରେ 89.33 ପ୍ରତିଶତ ଓ ଇଂରାଜୀରେ 89.33 ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ଏସି ବର୍ଗରେ ବିଜେବି କଲେଜରେ ଭୂଗୋଳରେ 79.5 ପ୍ରତିଶତ ଏବଂ ଏସଟି ବର୍ଗରେ ଭୂଗୋଳରେ 79.17 ପ୍ରତିଶତ କଟ ଅଫ ମାର୍କ ରହିଛି ।

ସେହିପରି ବିଜ୍ଞାନ ବିଭାଗର ଫିଜିକ୍ସରେ କଲେଜର କଟ୍ ଅଫ୍ ମାର୍କ ଆଗୁଆ ରହିଛି । ଯାହା ଜେନେରାଲ ବର୍ଗରେ 95.17 ପ୍ରତିଶତ ରହିଥିବାବେଳେ ଏସି ବର୍ଗରେ 92.8 ପ୍ରତିଶତ ଏବଂ ଏସଟି ବର୍ଗରେ ଗଣିତରେ କଟ୍ ଅଫ ମାର୍କ 87.6 ପ୍ରତିଶତ ରହିଛି । ଅନ୍ୟପଟେ ବାଣିଜ୍ୟରେ ବିଜେବି କଲେଜର ଜେନେରାଲ ବର୍ଗରେ 88 ପ୍ରତିଶତ କଟ୍ ଅଫ ମାର୍କ ରହିଥିବା ବେଳେ ଏସି ବର୍ଗରେ 68.67 ଏବଂ ଏସଟି ବର୍ଗରେ ରାଉରକେଲାର ସରକାରୀ ମହାବିଦ୍ୟାଳୟର 68.8 ପ୍ରତିଶତ କଟ୍ ଅଫ ମାର୍କ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.