ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅପ ମାର୍କ ତାଲିକା । ତାଲିକାରେ ଆଗରେ ରହିଛି ବିଜେବି କଲେଜ । ଚଳିତ ବର୍ଷ ନାମ ଲେଖାଇବା ପାଇଁ ଆବେଦନ କରିଥଲେ ୨ ଲକ୍ଷ ୧୩ ହଜାର ୯୫୯ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଛନ୍ତି ୧ ଲକ୍ଷ ୫୮ହଜାର ୫୪୦ ଛାତ୍ରଛାତ୍ରୀ ।
କଳାରେ ନାମ ଲେଖାଇବେ ୯୫, ୬୪୯ । ସେଲ୍ଫ ଫାଇନାନ୍ସିରେ ୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରେ ୨୩, ୮୧୭, ବାୟୋଲୋଜୀ ବିଭାଗରେ ୪୯୩ ଜଣ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି । କଳାରେ ଭୂଗୋଳ ବିଭାଗରେ ୯୩ % କଟ ଅଫ ମାର୍କ ସହ ଆଗରେ ରହିଛି ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ । ଫିଜିକାଲ୍ ସାଇନ୍ସର ଗଣିତ ବିଭାଗରେ ୯୫.୩% ସହ ଆଗରେ ରହିଛି ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ । ବାୟୋଲୋଜି ସାଇନ୍ସର ପ୍ରାଣୀ ବିଜ୍ଞାନରେ ୯୫.୫% ସହ ବିଜେବି କଲେଜ ୧ ନମ୍ବରରେ ରହିଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୮.୬୭% ସହ ବିଜେବି କଲେଜ ଆଗରେ ରହିଛି । ମୋଟ ୧୦୨୯ଟି ଶିକ୍ଷାନୁଷ୍ଠାନ ପାଇଁ ନାମଲେଖା ହେବ ।
ଅକ୍ଟୋବର ୧ ତାରିଖ ସୁଦ୍ଧା ଅନଲାଇନ ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅକ୍ଟୋବର ୮ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ