ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଏକତ୍ରିତ ହେଲେ କ୍ରୀଡାବିତ, କଳାକାର ଓ ପ୍ରଶାସକ । କୋରୋନା ଯୋଦ୍ଧାଙ୍କ ପାଇଁ ସାଥି ହୋଇ ଗାଇଲେ ବନ୍ଦେ ଉତ୍କଳ ଜନନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ମହାମାରୀରେ ଆଗ ଧାଡିରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ।
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସମବେତ ଗାୟନ କାର୍ଯ୍ୟକ୍ରମରେ ରାଜ୍ୟର କ୍ରୀଡାବିତ, କ୍ରୀଡା ପ୍ରଶିକ୍ଷକ, କଳାକାର, ଛାତ୍ରଛାତ୍ରୀ ଓ ସରକାରୀ ଅଧିକାରୀମାନେ ଯୋଗଦାନ କରିଥିଲେ । ଏପରି ସମବେତ ଗାୟନ ନିଶ୍ଚିତ ଭାବେ ଆମମାନଙ୍କୁ ଏକଜୁଟ କରି ରଖିବା ସହ କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବାକୁ ଉତ୍ସାହ ପ୍ରଦାନ କରିବ ବୋଲି ସେମାନେ କହିଛନ୍ତି । ଯାହା ଦ୍ବାରା ଆମ୍ଭେମାନେ ଏହା ବିରୁଦ୍ଧରେ ବିଜୟ ଲାଭ କରିପାରିବା ସହ ପୁଣି ଥରେ ଓଡିଶାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇ ପାରିବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ