ଭୁବନେଶ୍ବର: କୋରୋନା ମହାମାରୀ ସାରା ବିଶ୍ବରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ରାଜ୍ୟରେ ଶିଶୁ ମାନେ ମଧ୍ୟ କୋରୋନା ସଂକ୍ରମିତ ହେବା ଦେଖିବାକୁ ମିଳିଛି ତେଣୁ ଏହାକୁ ଦେଖି ଶିଶୁ ମାନଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା ଆବଶ୍ୟକାତା ରହିଛି ।
କୋରୋନା ସମୟରେ କୌଣସି ଶୁଶୁ ଯଦି କୋରୋନା ପଜିଟିଭ ଚିହ୍ନଟ ହୁଏ ଶିଶୁଟି ତାକୁ ଦେଖାଶୁଣା କରିବା ପାଇଁ ଏକ କେୟାର ଟେକର ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଜଣେ କେୟାର ଟେକର ଶିଶୁ ଟିକୁ କେତେ ଜ୍ବର ରହିଛି। ଶିଶୁ କେତେ ଥର ନିଶ୍ବାସ ନେଉଛି। ଏକ ମିନିଟରେ 60 ଥର ନିଶ୍ବାସ ନେଉଛି। ଛାତିର ମାଂସ ଟାଣି ହେଉଛିକି ଏହିଭଳି ଭାବରେ ହେଲେ ଜଣାପଡିବ କି ଶିଶୁ ଟି ଗୁରୁତର ଅବସ୍ଥାକୁ ଗତିକରୁଛି। ସେମାନଙ୍କୁ ହସ୍ପିଟାଲ ନେବା ଆବଶ୍ୟକ। ଶିଶୁ ମାନଙ୍କର ବିଶେଷଭାବରେ ଶ୍ବାସ ରୋଗ ଅଧିକ ଦେଖାଯାଏ। ଏହି ସବୁ ଛୁଆ ରେ ଯଥାଶୀଘ୍ର ହସ୍ପିଟାଲ ନେବା ଆବଶ୍ୟକ। ଶିଶୁଙ୍କ ପ୍ରତି ଭେଣ୍ଟିଲେଟର ଅଛି ତାର କିନ୍ତୁ ଭେଣ୍ଟିଲେଟର ମେସିନ ଅଲଗା ରହିଛି। ଭେଣ୍ଟିଲେଟର ଶିଶୁ ମାନଙ୍କୁ ଓଜନ ହିସାବରେ ଚିକିତ୍ସା କରାଯାଏ। ଯଦି ହୋମ ଆଇସଲେସନରେ ହଠାତ ଶିଶୁଟିଏ ଅସୁସ୍ଥ ହୋଇଗଲେ ସେହି ସମୟରେ ଶିଶୁ କୁ କେବେହେଲେ ଚିତ କରି ସୁଆଇବେନାହିଁ, ଅଧିକ ଖାଇବାକୁ ଦେବେନାହିଁ, ନାକକୁ ଗଜ କପଡାରେ ସଫା କରିବେ । ଏହି ସବୁ ଘରୋଇ ଚିକିତ୍ସା କରି ହସ୍ପିଟାଲରେ ଭର୍ତ୍ତି କରିବେ ।
ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଟୀକା ବାହାରି ନାହିଁ ତେଣୁ ପ୍ଲାଜମା ଦ୍ବାରା କୋରୋନା ସମ୍ପୂର୍ଣ୍ଣ ସୁସ୍ଥ ହେବା ତାହା କହିବା ଭୁଲ । ପ୍ଲାଜମା ଗୁରୁତର ରୋଗୀଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଛି । କୋରୋନାରୁ ସୁସ୍ଥ ପାଇଁ ଶିଶୁ ମାନଙ୍କୁ ଦିଆଯାଇପାରିବ ପ୍ଲାଜାମା କିନ୍ତୁ ବହୁତ ସାବଧାନତାର ସହ ଦିଆଯିବ ଆବଶ୍ୟକ। ଶିଶୁ ମାନଙ୍କୁ ଓଜନ ହିସାବରେ ଏବଂ ଡୋଜ ହିସାବରେ ଦିଆଯାଇପାରିବ ପ୍ଲାଜାମା ବୋଲି ବରିଷ୍ଠ ଖ୍ୟାତିନାମା ଡାକ୍ତର ସମ୍ପଦ ଦାସ କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ