ETV Bharat / city

ଶନିବାର ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ

author img

By

Published : Jul 3, 2020, 9:57 PM IST

୫ଟି ଗ୍ରହଙ୍କର ହେବ ମହାଗ୍ରହ ମିଳନ। ଆକାଶରେ ଘଟିବ ବିରଳ ମହାଜାଗତିକ ଦୃଶ୍ୟ । ଆସନ୍ତା କାଲି ଅର୍ଥାତ ଜୁଲାଇ ୪ ତାରିଖରେ ଆରମ୍ଭ ହେବ ବିରଳ ଜାଗତିକ ଦୃଶ୍ୟ । ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ଵରେ ୮ ଟି ଗ୍ରହ ସହ ବାମନ ଗ୍ରହ ପ୍ଲୁଟୋ କରିବେ ପରେଡ଼। ଖାଲି ଆଖିରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଦେଖିହେବ । ଅଧିକ ପଢନ୍ତୁ..

ଶନିବାର ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ
ଶନିବାର ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ

ଭୁବନେଶ୍ବର: ଆକାଶରେ ଘଟିବ ବିରଳ ମହାଜାଗତିକ ଦୃଶ୍ୟ । ୫ଟି ଗ୍ରହଙ୍କର ହେବ ମହାଗ୍ରହ ମିଳନ। ଆସନ୍ତା କାଲି ଅର୍ଥାତ ଜୁଲାଇ ୪ ତାରିଖରେ ଆରମ୍ଭ ହେବ ବିରଳ ଜାଗତିକ ଦୃଶ୍ୟ । ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ଵରେ ୮ ଟି ଗ୍ରହ ସହ ବାମନ ଗ୍ରହ ପ୍ଲୁଟୋ କରିବେ ପରେଡ଼। ଖାଲି ଆଖିରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହ ଦେଖିହେବ । ପୂର୍ବରୁ ୧୯୮୨ ମସିହାରେ ଗ୍ରହମିଳନ ସଂଗଠିତ ହୋଇଥିଲା।ଏହି ସୁଯୋଗ ପୁଣି ଦେଖିବାକୁ ମିଳିବ ୧୪୦ ବର୍ଷ ପରେ । ତେବେ ବୈଜ୍ଞାନିକଙ୍କ ମତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ।

ଗ୍ରହ ମିଳନ ଏକ ମହାଜାଗତିକ ଦୃଶ୍ୟ, ସୂର୍ଯ୍ୟ ଚତୁର୍ପାଶ୍ୱରେ ୮ ଟି ଗ୍ରହ ବୁଲୁଥିବା ବେଳେ ବାମନ ଗ୍ରହ ପ୍ଲୁଟୋ ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲୁଛି । ଶୁକ୍ର, ବୁଧ, ଗ୍ରହ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମା କରୁଥିବା ବେଳେ ଅନ୍ୟ ୫ ଟି ଗ୍ରହ ପୃଥିବୀ କକ୍ଷର ବାହାରେ ରହି ସୂର୍ଯ୍ୟ ଚତୁର୍ପାଶ୍ୱରେ ପରିକ୍ରମା କରନ୍ତି । ଗ୍ରହମାନେ ବୁଲିବା ସମୟରେ ବେଳେ ବେଳେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ଵରେ ୩ଟି ଗ୍ରହ ବର୍ଷକୁ ୨ ଥର, ୪ ଟି ଗ୍ରହ ବର୍ଷକୁ ଥରେ, ୫ ଟି ଗ୍ରହ ପ୍ରତି ୧୯ ବର୍ଷରେ ଥରେ ଏବଂ ସମସ୍ତ ୮ ଗୋଟି ଗ୍ରହ ପ୍ରାୟ ୧୭୦ ବର୍ଷରେ ଥରେ ଏକ ସରଳ ରେଖାରେ ରହିଥାନ୍ତି।

ଏହି ଗ୍ରହ ମିଳନ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୧୯ ତାରିଖ ସୂର୍ଯ୍ୟଦୟର ୫୦ ମିନିଟ ପୂର୍ବରୁ ଆକାଶରେ ଚନ୍ଦ୍ର ଓ ୫ ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଦେଖାଯିବ । ଏହି ୫ ଟି ଗ୍ରହ ଜୁଲାଇ ୨୯ ତାରିଖ ଯାଏ ଦେଖାଯିବ। ଜ୍ୟୋତିର୍ବିଦଙ୍କ ମତରେ ଯେହେତୁ ଏହା ରାଜ୍ୟରେ ପାଳନ କରାଯାଉନି, ଏହାର ସାମୟିକ ପ୍ରଭାବ କିଛି ଅଂଶରେ ପଡିପାରେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.