ETV Bharat / city

ଆସନ୍ତାକାଲି ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ଅଜିତ - ପିପିଲି ଉପନିର୍ବାଚନ

ପିପିଲି ବିଧାନସଭା ଉପ ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପୂର୍ବରୁ ଆଜି ଆଶାୟୀ ପ୍ରାର୍ଥୀଙ୍କୁ ଭେଟି ଦ୍ବନ୍ଦ ଦୂର କରିଛନ୍ତି । ଅଧିକ ପଢନ୍ତୁ...

ଆସନ୍ତାକାଲି ନାମାଙ୍କନ ଭରିବେ କଂଗ୍ରେସ ପ୍ରାର୍ଥୀ ଅଜିତ

author img

By

Published : Mar 29, 2021, 1:36 PM IST

ଭୁବନେଶ୍ବର: ପିପିଲି ବିଧାନସଭା ଉପ ନିର୍ବାଚନ । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ନାମାଙ୍କନ ଭରିବା ପୂର୍ବରୁ ଦଳ ଭିତରେ ଥିବା ଅନ୍ତର୍ଦ୍ବନ୍ଦ ଦୂର କରିବାକୁ ପ୍ରୟାସ କରିଛନ୍ତି ଅଜିତ । ଉପନିର୍ବାଚନରେ ଆଶାୟୀ ଥିବା ନେତାଙ୍କୁ ଭେଟୁଛନ୍ତି ସେମାନଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି ଅଜିତ ।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସ୍ବାଇଁ ଓ ନିଶିକାନ୍ତ ମିଶ୍ର ଆଶାୟୀ ପ୍ରାର୍ଥୀ ରହିଥିଲେ । ଗତକାଲି କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ଟିକେଟ ଦେଇଛି । ଏହି ଆଶାୟୀ ପ୍ରାର୍ଥୀଙ୍କୁ ଭେଟି ଅଜିତ ମଙ୍ଗରାଜ ସେମାନଙ୍କ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ଅଜିତ ନିଜ ପ୍ରତିକ୍ରିୟାରେ କହିଛନ୍ତି , ‘ପୂର୍ଣ୍ଣ ବାବୁ ମୋ ବଡ ଭାଇ । ଆମେ ଗୋଟିଏ ଦଳରେ ଅଛୁ । ମୁଁ ଲଢିଲେ ଯାହା ସେ ଲଢିବା ଏକା କଥା । ସେ ଜଣେ ଭଦ୍ର ଲୋକ । ଆମେ ବଡ ଓ ସାନ ଭାଇ । ସେ କଂଗ୍ରେସକୁ ଭଲ ପାଅନ୍ତି । ’

ସେହିପରି, ସେ ପୂର୍ବରୁ ନିଶିକାନ୍ତ ମିଶ୍ରଙ୍କ କଥା କହିଥିଲେ । ଯାହାକୁ ଟିକେଟ ମିଳିଲେ ସମର୍ଥନ କରିବେ । ତାଙ୍କ ଭିତରେ କୌଣସି ମତାନ୍ତର ନଥିବା କଂଗ୍ରେସ ପ୍ରାର୍ଥୀ କହିଛନ୍ତି । ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟ ପିପିଲିରେ 35 ବର୍ଷରୁ କଂଗ୍ରେସ ସଙ୍ଗଠନ ରହିଛନ୍ତି । 2019 ସାଧାରଣ ନିର୍ବାଚନର ଶେଷ ସମୟରେ ସେ ଟିକେଟ ନେବାକୁ ମନା କରିଥିଲେ । ସେ ଏବେ ଅସୁସ୍ଥ ଅଛନ୍ତି ବୋଲି ଅଜିତ ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଅଜିତଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ଣ୍ଣ ସ୍ୱାଇଁ । ପିପିଲି ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ । ନମିଳିଥିବାରୁ ମନରେ ଅସନ୍ତୋଷ ପ୍ରକାଶ କରିଛନ୍ତି । କିନ୍ତୁ ସେ ଦଳ ଛାଡିବେ ନାହିଁ । ଯାହାକୁ ଏଆଇସିସି ଚୟନ କରିଛନ୍ତି, ତାଙ୍କୁ ସମର୍ଥନ କରିବେ ବୋଲି ପୂର୍ଣ୍ଣ କହିଛନ୍ତି । ଏହା ସେ କହିଛନ୍ତି, 46 ପଞ୍ଚାୟତ ଓ ପିପିଲି ଏନଏସିରେ ନେତୃତ୍ୱ ନେବାର ଦକ୍ଷତା ରହିଛି। ଯଦି ଅଜିତ ମଙ୍ଗରାଜଙ୍କ ଆନ୍ତରିକତା ଥିବ, ତେବେ ସେ ତାଙ୍କୁ ପ୍ରଚାରରେ ଡାକିବେ । ଅଜିତ ଆଜି ତାଙ୍କ ସହ ନାମାଙ୍କନ ଦାଖଲ ନେଇ ଆଲୋଚନା କରିଥିବା ପୂର୍ଣ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.