ETV Bharat / city

ଫଟୋରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ କାହାଣୀ... - Photo exhibition at Jaydev Bhavan

ବିଜୁ ପଟ୍ଟନାୟକଙ୍କ ବିଷୟରେ ସମସ୍ତଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ସ୍ଥାନୀୟ ସୂଚନା ଭବନ ପରିସରରେ ଆୟୋଜିତ କରାଯାଇଛି।

ଫୋଟରେ ଦେଖିବାକୁ ମିଳିବ ବିଜୁବାବୁଙ୍କ କାହାଣୀ
ଫୋଟରେ ଦେଖିବାକୁ ମିଳିବ ବିଜୁବାବୁଙ୍କ କାହାଣୀ
author img

By

Published : Mar 5, 2021, 3:06 PM IST

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ପୁରୋଧା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଆଜି(ଶୁକ୍ରବାର)105 ତମ ଜନ୍ମ ଜୟନ୍ତୀ। ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ସହ ଆଜିକାର ଯୁବପିଢୀଙ୍କୁ ବିଜୁବାବୁଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଫଟୋରେ ଦେଖିବାକୁ ମିଳିବ ବିଜୁବାବୁଙ୍କ କାହାଣୀ ।

ଫୋଟରେ ଦେଖିବାକୁ ମିଳିବ ବିଜୁବାବୁଙ୍କ କାହାଣୀ

ଏନେଇ ଆୟୋଜିତ ହୋଇଛି ଫଟୋ ପ୍ରଦର୍ଶନୀ । ବିଜୁ ପଟ୍ଟନାୟକଙ୍କ ବିଷୟରେ ସମସ୍ତଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଫଟୋ ପ୍ରଦର୍ଶନୀ ସ୍ଥାନୀୟ ସୂଚନା ଭବନ ପରିସରରେ ଆୟୋଜିତ କରାଯାଇଛି।

ଏହି ପ୍ରଦର୍ଶନୀରେ ବିଜୁ ବାବୁଙ୍କ ବିଭିନ୍ନ ସମୟର ପାଖାପାଖି 50 ଟି ଫଟୋ ସ୍ଥାନିତ କରାଯାଇଛି। ଏହାସହିତ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ବିଶିଷ୍ଟ ଲୋକଙ୍କ ଉକ୍ତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ଉଲ୍ଲେଖ କରାଯାଇଛି। ଏହି ଫଟୋ ପ୍ରଦର୍ଶନୀ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ପ୍ରଦର୍ଶିତ ହେବାକୁ ଥିବାବେଳେ ଏହାକୁ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଛନ୍ତି।

ଏହି ପ୍ରଦର୍ଶନୀଟି ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସୂର୍ଯ୍ୟ ମହାନ୍ତିଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.