ETV Bharat / city

Elephant Death: ହାତୀ ମୃତ୍ୟୁରେ ଫରେଷ୍ଟରଙ୍କ ସମ୍ପୃକ୍ତି, ପ୍ରତିକ୍ରିୟା ରଖିଲେ PCCF

author img

By

Published : Jun 28, 2022, 8:29 PM IST

ପୁଣି ହାତୀ କଙ୍କାଳ ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଲେ PCCF ଶଶି ପଲ । ଏହି ଘଟଣାରେ ରେଷ୍ଟରଙ୍କ ସମ୍ପୃକ୍ତି ଥିବା ସୂଚନା । ଅଧିକ ପଢନ୍ତୁ

ହାତୀ ମୃତ୍ୟୁରେ ଫରେଷ୍ଟରଙ୍କ ସମ୍ପୃକ୍ତି, ପ୍ରତିକ୍ରିୟା ରଖିଲେ PCCF

ଭୁବନେଶ୍ବର: ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ହାତୀ । ଦୁଇ ଦିନ ତଳେ ସାତକୋଶିଆରୁ ହାତୀ କଙ୍କାଳ ଠାବ ହୋଇଥିବା ବେଳେ ଗତକାଲି(ସୋମବାର) ବଡମ୍ବାରେ ଏହି ଘଟଣାର ପୁନାରାବୃତ୍ତି ହୋଇଛି । ବର୍ତ୍ତମାନ ପୁଣି ହାତୀ କଙ୍କାଳ ମିଳିବାକୁ ନେଇ ତନାଘନା କରାଯାଉଛି ଏବଂ ଏଥିରେ ଫରେଷ୍ଟରଙ୍କ ସମ୍ପୃକ୍ତି ଥିବା ମଧ୍ୟ ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି PCCF ଶଶି ପଲ । ସେ କହିଛନ୍ତି, '' ଏହି ମାମଲାର ଚେର ଯାଏଁ ପହଞ୍ଚିବୁ । ଦୁଇଟି ସ୍ଥାନରେ ଠାବ ହୋଇଥିବା କଙ୍କାଳର ଏସଆଇଟି ତଦନ୍ତ କରିବ । ''

Elephant Death: ହାତୀ ମୃତ୍ୟୁରେ ଫରେଷ୍ଟରଙ୍କ ସମ୍ପୃକ୍ତି, ପ୍ରତିକ୍ରିୟା ରଖିଲେ PCCF

ବଡମ୍ବା ରେଞ୍ଜର ଦୁଇ ଜଣ ଫରେଷ୍ଟର ଫେରାର ଅଛନ୍ତି । ପ୍ରାଥମିକ ତଦନ୍ତରୁ ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କ ସମ୍ପୃକ୍ତି ରହିଛି । ହାତୀ କଙ୍କାଳ କେତେ ପୁରୁଣା ଜାଣିବା ପାଇଁ ଏକ କଙ୍କାଳ ବିଶେଷଜ୍ଞଙ୍କୁ ଏସଆଇଟି ଟିମ୍‌ରେ ସାମିଲ କରାଯାଇଛି । ବିଶେଷଜ୍ଞଙ୍କ ରିପୋର୍ଟ ପରେ ଯେଉଁ ଡିଏଫଓଙ୍କ ସମୟରେ ହାତୀ ପୋତା ଯାଇଛି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି PCCF ଶଶୀ ପଲ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.