ETV Bharat / city

ଶୀର୍ଷ ନେତୃତ୍ଵଙ୍କୁ ଟାର୍ଗେଟ କରି ହରଡଘଣାରେ ପ୍ରଦୀପ - pradeep majhi

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବୟାନକୁ ନେଇ କଂଗ୍ରେସରେ ବିରୋଧର ସ୍ଵର ତେଜିବାରେ ଲାଗିଛି । ଏନେଇ ନିଜେ ସଫେଇ ଦେଇଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ...

ଶୀର୍ଷ ନେତୃତ୍ଵଙ୍କୁ ଟାର୍ଗେଟ କରି ହରଡ଼ଘଣାରେ ପ୍ରଦୀପ

author img

By

Published : Jul 17, 2020, 10:52 PM IST

ଭୁବନେଶ୍ବର: ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ବୟାନକୁ ନେଇ କଂଗ୍ରେସରେ ବିରୋଧର ସ୍ଵର ତେଜିବାରେ ଲାଗିଛି । ଦଳର ଶୀର୍ଷ ନେତୃତ୍ଵକୁ ନେଇ ପ୍ରଦୀପ ମାଝୀ ଦେଇଥିବା ବୟାନ ପାଇଁ ଏବେ କଂଗ୍ରେସ ନେତାଙ୍କ ଟାର୍ଗେଟରେ ପିସିସିର କାର୍ଯ୍ୟକାରୀ ସଭାପତି । ଏପରିକି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଦଳୀୟ ନେତା । ଯାହାକୁ ନେଇ କଂଗ୍ରେସରେ ସରଗରମ ହୋଇଛି ରାଜନୀତି ।

ଶୀର୍ଷ ନେତୃତ୍ଵଙ୍କୁ ଟାର୍ଗେଟ କରି ହରଡ଼ଘଣାରେ ପ୍ରଦୀପ

ସୂଚନା ଅନୁସାରେ ପିସିସି କାର୍ଯ୍ୟକାରୀ ସଭାପତି ନିକଟରେ ରାଜସ୍ଥାନରେ ହୋଇଥିବା ରାଜନୈତିକ ସଂକଟକୁ ନେଇ ପ୍ରତିକ୍ରିୟାରେ ଦଳର ନେତୃତ୍ୱ ଓ ଗାନ୍ଧୀ ପରିବାର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଯାହା ଏବେ ପ୍ରଦୀପ ମାଝୀଙ୍କୁ ମହଙ୍ଗା ପଡିପାରେ । କାରଣ ଦଳର ନେତାମାନେ ପ୍ରଦୀପଙ୍କୁ ଜୋରଦାର ବିରୋଧ କରିବା ଆରମ୍ଭ କଲେଣି । ଦଳର ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି ଯେ, ପ୍ରଦୀପ ଙ୍କ ବୟାନ ନିନ୍ଦନୀୟ ତାଙ୍କୁ ଦଳରୁ ବହିଷ୍କାର କରିବା ଉଚିତ । ସେପଟେ ହାଇକମାଣ୍ଡଙ୍କ ନେତୃତ୍ବକୁ ଆକ୍ଷେପ ଦଳର ଶୃଙ୍ଖଳା ଭଙ୍ଗ କରୁଛି । ତେଣୁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ତାରା ।

ଏପଟେ ଏହାର ପ୍ରତିକ୍ରିୟାରେ ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସ ଦଳ ଗଣତନ୍ତ୍ରରେ ବିଶ୍ୱାସ କରେ ଏବଂ ଯେଉଁମାନେ ମୋତେ ବିରୋଧ କରୁଛନ୍ତି ସେମାନେ ମୋର କଥାକୁ ବୁଝିପାରୁନାହାନ୍ତି । ମୁଁ କଂଗ୍ରେସ ଦଳର ଭବିଷ୍ୟତ କିଭଳି ଉନ୍ନତି ହୋଇପାରିବ ସେନେଇ କହିଛି । ତାକୁ ଭିନ୍ନ ଅର୍ଥରେ ଚିତ୍ରଣ କରାଯାଉଛି । ମୁଁ ହାଇକମାଣ୍ଡଙ୍କ ବିରୋଧରେ କହିନାହିଁ । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ପ୍ରଦୀପ ମାଝୀ ଯୁବ କଂଗ୍ରେସ ନିଯୁକ୍ତ ନେଇ ଏଆଇସିସି ଉପରେ ପ୍ରଶ୍ନ ଉଠାଇଥିଲେ । ପିସିସି ସହିତ ସମନ୍ୱୟ ରକ୍ଷା ନକରି ନିଯୁକ୍ତି କରୁଥିବାରୁ ଏଭଳି ଗଣ୍ଡଗୋଳ ହେଉଛି ବୋଲି କହିଥିଲେ ପ୍ରଦୀପ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.