ଭୁବନେଶ୍ବର: କେନ୍ଦ୍ରରେ କଂଗ୍ରେସର ମୁଖିଆ ଚୟନ ହାଇଡ୍ରାମା ପରେ ଏବେ ପ୍ରଦେଶ କଂଗ୍ରେସର ସଭପତି ଟଣା ଓଟରାରେ ମଧ୍ୟ ଲାଗିଲା ରୋକ୍ । ଏବେ ନୁହେଁ ଡିସେମ୍ବର ପରେ ବଛା ହୋଇପାରନ୍ତି ଓଡିଶା କଂଗ୍ରେସର ନୂଆ ପିପିସି ସଭାପତି । ମଙ୍ଗଳବାର ପିସିସି ପରିବର୍ତ୍ତନ ଚର୍ଚ୍ଚା ଉପରେ ଗାର ଟାଣିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ।
ତେବେ ସଭାପତି ରହିବେ, ଗଠନ ହେବେ ନୂଆ କମିଟି ବୋଲି ସୂଚନା ଦେଇଛନ୍ତି ପ୍ରଦୀପ ମାଝୀ । ଆସନ୍ତା ଡିସେମ୍ବର ମାସ ପରେ ହିଁ ପିସିସି ସଭାପତି ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି। ସେପଟେ ଏଆଇସିସି ନିର୍ଦ୍ଦେଶ ମୁତାବକ ଖୁବଶୀଘ୍ର ପିସିସିର ନୂଆ ଟିମ ଘୋଷଣା ହେବ । ପ୍ରଥମେ ଜିଲା, ବ୍ଲକ ଓ ପରେ ରାଜ୍ୟ ପଦାଧିକାରୀ ଟିମ ଘୋଷଣା କରାଯିବ ବୋଲି କହିଛନ୍ତି ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ