ETV Bharat / city

ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଗୁରୁତ୍ବପୂର୍ଣ୍ଣ: ସମବାୟ ମନ୍ତ୍ରୀ

author img

By

Published : Jul 3, 2021, 10:53 PM IST

ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି କି କୋରୋନା ଭଳି ବିପତ୍ତି ସମୟରେ ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ । ଅଧିକ ପଢନ୍ତୁ...

ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଗୁରୁତ୍ୱପୂର୍ଣ୍ଣ: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ୯୯ ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଚଳିତବର୍ଷର ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଆଧାରରେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ ।

କୋରୋନା ବିପତ୍ତିର ମୁକାବିଲା କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । କୋଭିଡ୍‌ ସ୍ଥିତିରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି । ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ପାଇଁ ଦାୟୀତ୍ବ ରହିଛି । ତାହାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ପ୍ରଶାସିକା ଗାୟତ୍ରୀ ପଟ୍ଟନାୟକ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନର ଉଦ୍ଦେଶ୍ୟ ଓ ସମବାୟ ମାଧ୍ୟମରେ ସମାଜର ବିକାଶ ଉପରେ ଆଲୋକପାତ କରିଛନ୍ତି ।

ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ସଂପାଦକ ବ୍ରହ୍ମାନନ୍ଦ ପରିଡ଼ା, ବ୍ରହ୍ମପୁର ଏଆର୍‌ସିଏସ୍‌ ଶିବ ପ୍ରସାଦ ସ୍ବାଇଁ ପ୍ରମୁଖ ଏଥିରେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ । ଉତ୍ସବରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଏବଂ ଓଡ଼ିଶା ସମବାୟ ଗୃହନିର୍ମାଣ ନିଗମର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.