ETV Bharat / city

ପାର୍କରେ ହେବ ଜଳ ସଂରକ୍ଷଣ, କୃତ୍ରିମ ବନ୍ୟାରେ ଉବୁଟୁବୁ ହେବନି ଭୁବନେଶ୍ବର !

author img

By

Published : Nov 18, 2020, 5:34 PM IST

Updated : Nov 18, 2020, 7:25 PM IST

ବଦଳିବ ସ୍ମାର୍ଟସିଟିର ଚେହେରା । କୃତ୍ରିମ ବନ୍ୟାରେ ଆଉ ଉବୁଡୁବୁ ହେବନି ଭୁବନେଶ୍ବର ! ବର୍ଷା ଜଳକୁ ଭୂତଳକୁ ଛାଡିବାକୁ ଆରମ୍ଭ ହୋଇଛି ପ୍ଲାନ । ଅଧିକ ପଢନ୍ତୁ...

ପାର୍କରେ ହେବ ଜଳ ସଂରକ୍ଷଣ
ପାର୍କରେ ହେବ ଜଳ ସଂରକ୍ଷଣ

ଭୁବନେଶ୍ବର: ପାର୍କରେ ହେବ ବର୍ଷା ଜଳ ସରଂକ୍ଷଣ । ସ୍ମାର୍ଟସିଟି ଭୁବନେଶ୍ବର ସ୍ମାର୍ଟ ଉପାୟରେ ସଂରକ୍ଷିତ ହେବ ବର୍ଷା ଜଳ । ହଜାର ହଜାର ଲିଟର ବର୍ଷା ଜଳ ନଷ୍ଟ ହେଉଛି । ଯାହାକୁ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରିଛି ବିଡିଏ ।

ପାର୍କରେ ହେବ ଜଳ ସଂରକ୍ଷଣ, କୃତ୍ରିମ ବନ୍ୟାରେ ଉବୁଟୁବୁ ହେବନି ଭୁବନେଶ୍ବର !

22.5 ଏକର ଜମିରେ ହୋଇଥିବା ବିଜୁ ପଟ୍ଟନାୟକ ପାର୍କରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । ପ୍ରାୟ 8 ଲକ୍ଷ ଟଙ୍କା ବ୍ୟୟରେ 14ଟି ବର୍ଷା ଜଳ ସଂରକ୍ଷିତ ପିଟ୍‌ ନିର୍ମାଣ ହୋଇଛି । 20ଟି ଡ୍ରେନ ନିର୍ମାଣ କରାଯାଇ ଏହି ପିଟ୍‌ରେ ବର୍ଷା ଜଳକୁ ଛାଡିବାର ବ୍ୟବସ୍ଥା କରାଯାଇଛି । ଏହାକୁ ସାରିବାକୁ ପାଖାପାଖି ଦୁଇ ମାସ ସମୟ ଲାଗିଥିବାବେଳେ ଏହା ଭୂତଳ ଜଳକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

କେବଳ ବିଜୁ ପଟ୍ଟନାୟକ ପାର୍କ ନୁହେଁ, 100ରୁ ଉର୍ଦ୍ଧ୍ବ ପାର୍କରେ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା କରିଛି ବିଡିଏ । ଏବେ ସୁଦ୍ଧା ପ୍ରାୟ 50ରୁ ଅଧିକ ପାର୍କରେ ଏହି କାମ ଚାଲୁଛି । ଜଳ ସଂରକ୍ଷଣ ପାଇଁ ପିଟ୍‌ ନିର୍ମାଣ କରି ସେଥିରେ ବାଲି ରଖାଯାଉଛି । ଯାହାକି ଜଳକୁ ଭୂତଳକୁ ଛାଡିବାରେ ସହାୟକ ହେଉଛି । ତେବେ ପିଟ୍‌ ପର୍ଯ୍ୟନ୍ତ ଡ୍ରେନେଜ୍‌ ବ୍ୟବସ୍ଥା ଥିବାରୁ ବର୍ଷା ଜଳ ସହଜରେ ଯାଇପାରୁଥିବାବେଳେ ଏହା ବର୍ଷା ପାଇଁ ହେଉଥିବା କୃତ୍ରିମ ବନ୍ୟାକୁ କିଛି ମାତ୍ରାରେ ହ୍ରାସ କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।

ତେବେ ସମସ୍ତ ପାର୍କରେ କେବେ ଏହି କାମ ସରିବ ଓ ଏହି ଯୋଜନାର ସୁଫଳ କେବେ ମିଳିବ ତାହା ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 18, 2020, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.