ETV Bharat / city

ପଞ୍ଚାୟତ ନିର୍ବାଚନରେ ୯୦% ସିଟ ହାତେଇବ ବିଜେଡି: ପ୍ରତାପ

author img

By

Published : Feb 25, 2022, 10:42 PM IST

ଆସନ୍ତାକାଲି (ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ବିଜେଡି 90 ପ୍ରତିଶତ ସିଟ ହାତେଇବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ ସିଟ ହାତେଇବ ବିଜେଡି : ପ୍ରତାପ

ଭୁବନେଶ୍ବର : ଆସନ୍ତାକାଲି (ଶନିବାର) ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଆୟୋଗ ପକ୍ଷରୁ 3 ଦିନିଆ ଗଣତି ବ୍ୟବସ୍ଥା କରାଯାଇଛି। ପ୍ରମୁଖ ରାଜନୈତିକ ଦଳ ଗୁଡିକ ନିର୍ବାଚନ ଫଳାଫଳ ନେଇ ଅଙ୍କ କସା ଆରମ୍ଭ କରି ଦେଇଛନ୍ତି।

କାହା ସପକ୍ଷରେ କେତେ ଜନମତ ଯିବ ସେ ନେଇ ଆରମ୍ଭ ହୋଇଛି ରାଜନୀତି। ଶାସକ ବିଜେଡି ଏକତରଫା ଭୋଟ ହେବ ବୋଲି କହୁଥିବା ବେଳେ ବିରୋଧୀ ମଧ୍ୟ ଭଲ ପଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଆମେ 90 ପ୍ରତିଶତ ସିଟ ହାତେଇବୁ । ବିଜେଡି ସପକ୍ଷରେ ଭୋଟ ଦେଇଛନ୍ତି ଜନସାଧାରଣ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଅହରହ କାର୍ଯ୍ୟ କରୁଥିବା ଯୋଗୁ ବିଜେଡିକୁ ସମସ୍ତେ ଭୋଟ ଦେଇଛନ୍ତି। ଇତିହାସ ସୃଷ୍ଟି କରିବ ବିଜେଡି । ପୂର୍ବ ବର୍ଷ ଅପେକ୍ଷା ବହୁତ ଭଲ କରିବ କରିବ ବିଜେଡି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.