ETV Bharat / city

ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପଞ୍ଚାନନଙ୍କ ଶୋକବାର୍ତ୍ତା - ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପଞ୍ଚାନନଙ୍କ ଶୋକବାର୍ତ୍ତା

ପୂର୍ବତନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶେଖ ମତଲୁବ ଅଲ୍ଲୀଙ୍କ ଦେହାନ୍ତ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପଞ୍ଚାନନଙ୍କ ଶୋକବାର୍ତ୍ତା

author img

By

Published : Sep 24, 2020, 1:17 PM IST

ଭୁବନେଶ୍ବର: ପୂର୍ବତନ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶେଖ ମତଲୁବ ଅଲ୍ଲୀଙ୍କ 78 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଶେଖ ମତଲୁବ ଅଲ୍ଲୀ ଦେହାନ୍ତ ଓଡିଶା ରାଜ୍ୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ରାଜ୍ୟ କଂଗ୍ରେସ ପାଇଁ ମଧ୍ୟ ଏହା ଏକ ଅପୂରଣୀୟ କ୍ଷତି । ସେ ଦଳର ଜଣେ ବରିଷ୍ଠ ନେତା ଥିଲେ । କେବଳ ସେତିକି ନୁହେଁ ଜଣେ ଉଚ୍ଚକୋଟିର ମଣିଷ ଥିଲେ ସ୍ବର୍ଗତଃ ମଲତୁବ ଅଲ୍ଲୀ । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ତାଙ୍କର ଗଭୀର ରୁଚି ରହିଥିଲା । କୁରାନ୍ ଭଳି ସେ ଭଗବତ ଗୀତାକୁ ବି ନିଷ୍ଠାର ସହ ଅଧ୍ୟୟନ କରୁଥିଲେ । ମନ୍ତ୍ରୀ ଥିବା ସମୟରେ ସେ ଓଡିଶାର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଛି । ତାଙ୍କ ବିୟୋଗ ସହ ଓଡିଶା ଜଣେ ସୁଦକ୍ଷ ଓ ବଳିଷ୍ଠ ରାତନେତାଙ୍କୁ ହରାଇଛି ବୋଲି ପଞ୍ଚାନନ କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଶେଖ ମତଲୁବ ଅଲ୍ଲୀଙ୍କ ବିୟୋଗରେ ପଞ୍ଚାନନଙ୍କ ଶୋକବାର୍ତ୍ତା

ପ୍ରକାଶ ଥାଉ କି, ଗତ 14 ତାରିଖରେ ଶେଖ ମତଲୁବ ଅଲ୍ଲୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.