ଭୁବନେଶ୍ବର: ମାର୍ଚ୍ଚ 20ବିଶ୍ବ ପଖାଳ ଦିବସ । ସାରା ଭାରତରେ ରହୁଥିବା ଓଡ଼ିଆମାନେ ନିଜ ପସନ୍ଦର ପଖାଳ ପ୍ରସ୍ତୁତ କରି ଖାଇବା ସହ ସାଙ୍ଗ ସାଥୀମାନଙ୍କୁ ଖୁଆଇ ବେଶ ଗର୍ବ ଅନୁଭବ କରନ୍ତି । ତେବେ ଚଳିତ ବର୍ଷ ଏହା ଟିକେ ଫିକା ପଡି ଯାଇଥିବା ଦେଖିବାକୁ ମିଳିଛି । କାହିଁକିନା କୋରାନ ଭାଇରସ ଆତଙ୍କରେ ସଭିଏଁ ଭୟଭିତ ଅବସ୍ଥାରେ ରହିଛନ୍ତି ।
ତେବେ ଓଡ଼ିଆ ସିନେମା ଜଗତର ଅଭିନେତା ସବ୍ୟସାଚୀ ପଖାଳ ଦିବସକୁ ଜମାବି ଭୁଲି ନାହାଁନ୍ତି । ଆଜି ସେ ନିଜ ହାତରେ ପଖାଳ ପ୍ରସ୍ତୁତ କରି ଖାଇବା ସହ ସେହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକି ସାଧାରଣ ଓଡ଼ିଆ ପାଟିରୁ ଲାଳ ଗଡାଇ ଦେଵ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ