ETV Bharat / city

ଚାଲିଗଲେ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ

author img

By

Published : May 20, 2021, 2:02 PM IST

Updated : May 20, 2021, 3:12 PM IST

ସ୍ବର୍ଗତ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ କୋରୋନାରେ ଦେହାନ୍ତ

13:58 May 20

ସ୍ବର୍ଗତ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ କୋରୋନାରେ ଦେହାନ୍ତ । ଗତକାଲି ମଝିଆ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ଘଟିଥିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି (ଗୁରୁବାର) କୋରୋନାରେ ବିୟୋଗ ହୋଇଛି । ଅପରାହ୍ନ ପ୍ରାୟ 1 ଟାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 52ବର୍ଷ ବୟସ ହୋଇଥିଲା ।

ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ବୁଧବାର ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ବେ ତାଙ୍କର ମୃତ୍ୟୁ ହୋଇଛି । 

କଥାରେ ଅଛି ବିପଦ ଯେତେବେଳେ ଆସି ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ସେମିତି କିଛି ଘଟଣା ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ର ପରିବାରରେ ଘଟୁଛି ।  ରଘୁନାଥଙ୍କ ମୃତ୍ୟୁର ଦୁଃଖ ପରିବାର ଭୁଲି ନଥିବା ବେଳେ ଗତକାଲି ତାଙ୍କ ମଝିଆ ପୁଅ ପ୍ରଶାନ୍ତ ମହାପାତ୍ରଙ୍କର ଦେହାନ୍ତ ହୋଇଥିଲା । ଆଉ ଆଜି ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ମୃତ୍ୟୁ ପରିବାରକୁ ଛାରଖାର କରିଦେଇଛି । ବୁଧବାର କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ରଙ୍କର ମଧ୍ୟ କୋରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 20, 2021, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.