ETV Bharat / city

ନଭେମ୍ବର ପହିଲାରୁ ଧାନ ସଂଗ୍ରହ, ଏବର୍ଷ ଅଧିକ 21% ଚାଷୀ କଲେ ପଞ୍ଜିକରଣ

ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଚଳିତ ବର୍ଷ ଖରିଫ୍ ଋତୁ ଧାନ କିଣା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Oct 27, 2020, 8:39 PM IST

ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ୍ ଋତୁ ଧାନ କିଣା ପାଇଁ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହା ପ୍ରକାଶ ପାଇଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଧାନ କିଣା ପାଇଁ ପ୍ରସ୍ତୁତି ଏବଂ ତତ୍ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ପ୍ରସ୍ତୁତିର ସମୀକ୍ଷା କରି ଧାନ କିଣା କେନ୍ଦ୍ର ଓ ମଣ୍ଡିରେ ମୌଳିକ ସୁବିଧା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ
ରାଜ୍ୟ ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ଏଥିପାଇଁ ବିଭିନ୍ନ ସ୍ତରରେ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ଅଧିକାରୀମାନେ ସମନ୍ବିତ ଭାବେ ଏକ ଟିମରେ କାମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କଠାରୁ ଅଗ୍ରାକାର ଭିତ୍ତିରେ ଧାନ କ୍ରୟ କରିବା ଏବଂ ଧାନ କ୍ରୟର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍ ଆକାଉଣ୍ଟ୍ ମାଧ୍ୟମରେ ସିଧାସଳଖ ଚାଷୀଙ୍କୁ ସର୍ବନିମ୍ନ ମୂଲ୍ୟ ପୈଠ ନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କାମରେ ସାମିଲ୍ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଆସନ୍ତା ନଭେମ୍ବର ୧ରୁ ୨୦୨୧ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଧାନ ସଂଗ୍ରହ ନିମନ୍ତେ ଧାର୍ଯ୍ୟ କରାଯାଇଛି। ତେବେ ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାମାନଙ୍କରେ ଶୀଘ୍ର ଧାନ ଅମଳ ହୁଏ । ଏଣୁ ଏହି ସବୁ ଜିଲ୍ଲାରେ ନଭେମ୍ବର ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଧାନ ଅମଳ ସମୟକୁ ଲକ୍ଷ୍ୟ କରି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିମାନେ ସଂଗ୍ରହ ଦିନ ଧାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ, ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧାନ ସଂଗ୍ରହ କମିଟି କାର୍ଯ୍ୟ କରୁଛି । ପ୍ରଶାସନିକ ପ୍ରସ୍ତୁତି ବିଷୟରେ ସୂଚନା ଦେଇ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଛନ୍ତି ଯେ, ଗତ ୨୦୧୯ - ୨୦ ମସିହାରେ ଧାନ ବିକିବା ପାଇଁ ୧୨.୩୫ ଲକ୍ଷ ଚାଷୀ ନିଜର ନାମ ପଞ୍ଜୀକୃତ କରିଥିବା ବେଳେ ଚଳିତ ବର୍ଷ ଏହା ୧୪.୯୭ ଲକ୍ଷକୁ ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ ୨୧ % ଅଧିକ ।

ସେହିପରି ନାମମାତ୍ର, କ୍ଷୁଦ୍ର ଓ ନିମ୍ନ - ମଧ୍ୟମ ଚାଷୀ ପଞ୍ଜୀକରଣ ଯଥାକ୍ରମେ ୨୧ % , ୨୨ % ଏବଂ ୨୪ % ବୃଦ୍ଧି ଘଟିଛି । ଚଳିତବର୍ଷ ପି - ପାସ୍ ସଫ୍ଟୱେୟାର ପ୍ରୟୋଗକରି ଅନ୍‌ଲାଇନ୍ ବ୍ୟବସ୍ଥାରେ ଧାନ ସଂଗ୍ରହ ଓ ମୂଲ୍ୟ ପୈଠ ପାଇଁ ବୈଠକରେ ସ୍ଥିର ହୋଇଛି । ପି - ପାସ୍ ସଫ୍ଟୱେୟାରକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସରଳ ଓ ସୁରକ୍ଷିତ କରିବାକୁ ମୁଖ୍ୟ ଶସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୧୧ ଟି ଜିଲ୍ଲାରେ ୨୨୪ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହରେ ସାମିଲ ହେବେ । ଗତବର୍ଷ ୧୯୯ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରାୟ ୨.୩୦ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ କରି କମିଶନ ବାବଦରେ ୭୨୧ ଲକ୍ଷ ଟଙ୍କା ରୋଜଗାର କରିଥିଲେ ।

ସେହିପରି ଚଳିତ ବର୍ଷ ୨୮୫୭ ପ୍ରାଥମିକ କୃଷି ସମବାୟ ସମିତି ( ପାସ୍ ) ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ୩୩୩୭ ଟି ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ହୋଇଛି ଏବଂ ୧୩ ୧୫ କଷ୍ଟମ୍ ମିଲର ଧାନ କିଣିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗତ ୨୦୧୯ - ୨୦ ବର୍ଷରେ ୭୦.୫୬ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ଚଳିତ ବର୍ଷ ଚାଷୀ ମାନଙ୍କଠାରୁ ଅଧିକ ବିକ୍ରିଯୋଗ୍ୟ ବଳକା ଧାନ କିଣିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, କୃଷି ଓ କୃଷକ ସଶକ୍ତି କରଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବିଭିନ୍ନ ରାଜସ୍ୱ ଡିଭିଜନ‌ର ଆର୍.ଡି.ସି. ଓ ଧାନ କିଣା ସହ ସଂପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.