ETV Bharat / city

7 ଦିନ ବଢ଼ିଲା ଖରିଫ ଧାନ ପଞ୍ଜିକରଣ

author img

By

Published : Aug 16, 2021, 7:28 PM IST

ଚଳିତ ଖରିଫ ଧାନ ବିକ୍ରୀ ପଞ୍ଜିକରଣ ତାରିଖ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 7 ଦିନ ଖରିଫ ଧାନ ପଞ୍ଜିକରଣ ତାରିଖ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

Paddy registration 7 days extension declarer supply minister
7 ଦିନ ବଢ଼ିଲା ଖରିଫ ଧାନ ପଞ୍ଜିକରଣ

ଭୁବନେଶ୍ବର: ଚାଷୀଙ୍କ ଲାଗି ଖୁସି ଖବର । ଚଳିତ ଖରିଫ ଧାନ ବିକ୍ରି ପଞ୍ଜିକରଣ ତାରିଖ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । 7 ଦିନ ଖରିଫ ଧାନ ପଞ୍ଜିକରଣ ତାରିଖ ବୃଦ୍ଧି ହୋଇଥିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏ ନେଇ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • ଆଜି ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ଆଗାମୀ ଖରିଫ ଋତୁ ୨୦୨୧ ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି। ୧/୨@CMO_Odisha @Food_Odisha @Coop_Odisha @IPR_Odisha

    — Ranendra Pratap Swain (@rajaaswain) August 16, 2021 " class="align-text-top noRightClick twitterSection" data=" ">

ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ କୋଭିଡ଼ ସମସ୍ୟା, ଲଘୁଚାପ ବର୍ଷା ଯୋଗୁଁ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ଟିକେ ସମସ୍ୟା ଉପୁଜିଛି । ଏ ନେଇ ବିଭାଗ ନିକଟକୁ ଅଭିଯୋଗ ଆସିଥିଲା । ପଞ୍ଜିକରଣ ତାରିଖ ବୃଦ୍ଧି ଲାଗି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଅନୁରୋଧ କରିଥିଲେ । ଚାଷୀଭାଇଙ୍କ ହିତକୁ ଦୃଷ୍ଟିରେ ରଖି ଏହି ପଞ୍ଜିକରଣ ପ୍ରକ୍ରିୟା ବୃଦ୍ଧି କରାଯାଇଛି । ପଞ୍ଜିକରଣ ତାରିଖ ୭ ଦିନ ବୃଦ୍ଧି କରାଯାଇ ଥିବାବେଳେ ଏହା ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ବୃଦ୍ଧିର ଲାଭ ଉଠାଇବା ସହିତ ସେମାନଙ୍କର ନାମ ଯଥାଶୀଘ୍ର ପଞ୍ଜିକରଣ କରିବାରେ ଚାଷୀମାନେ ସଫଳ ହେବେ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ୧୦ ଲକ୍ଷ ୧୪ ହଜାର ୭୩୫ ଜଣ ଚାଷୀ ଆଗାମୀ ଖରିଫ ଋତୁ ୨୦୨୧ ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ନାମ ପଞ୍ଜିକରଣ ଓ ଯାଞ୍ଚ ସମ୍ପର୍କିତ କୌଣସି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ନିର୍ଭୁଲ ଚାଷୀପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ବିଭାଗ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଚାଷୀ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ପ୍ଲଟ୍‌ରେ ଧାନଚାଷ କରାଯାଇଛି କି ନାହିଁ, ସେ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି । ଚଳିତ ବର୍ଷ ବିଭାଗ ପକ୍ଷରୁ ଓରସାକ ସହାୟତାରେ ସାଟେଲାଇଟ୍‌ ଇମେଜକୁ ବ୍ୟବହାର କରାଯାଉଛି । ଏହାକୁ ଚଳିତ ଖରିଫରେ ପାଇଲଟ ପ୍ରକଳ୍ପ ଭାବରେ ୭ଟି ଜିଲ୍ଲାରେ ଉପଯୋଗ କରାଯାଉଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.