ଭୁବନେଶ୍ବର: ବିଦେଶ ଯିବେ ଓଡିଶା କୃଷି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷର ଅଧିକ ନୂଆ ପ୍ରଣାଳୀ ବିଷୟରେ ତାଲିମ ନେବେ । ନୂଆ ପଦ୍ଧତି ଶିଖିବା ପରେ ଓଡିଶାରେ ଏହାର ଉପଯୋଗ କରିବେ । ଏଥିପାଇଁ ପ୍ରତିବର୍ଷ 25 ଜଣ କୃଷି ବିଭାଗର ଛାତ୍ରଛାତ୍ରୀ ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ । ଚଳିତ ବର୍ଷଠାରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ ।
ଏନେଇ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । ଓଡିଶା ସମେତ ସାରା ଭାରତରୁ 18 ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓୟୁଏଟିରୁ 5 ଜଣ ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚରେ ଫିଲିପାଇନ୍ସ ଯିବାର ସୁଯୋଗ ପାଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ