ETV Bharat / city

ଡଙ୍କାରୀ ପାହଡକୁ ଲୁଟିଛନ୍ତି ମାଫିଆ, ସ୍ବୀକାର କଲେ ସରକାର

author img

By

Published : Nov 20, 2019, 10:02 PM IST

ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଡଙ୍କାରୀ ପାହଡ ବେଆଇନ ଖଣି ଖଣନକୁ ନେଇ ବିଧାନସଭାରେ ବିରୋଧୀଙ୍କ ମୁଲତବୀ ନୋଟିସ । ସରକାରଙ୍କ ସ୍ବୀକାର ହୋଇପାରିନି ରୟାଲଟି ଆଦାୟ ।

ଡଙ୍କାରୀ ପାହଡକୁ ନିଶ୍ଚିହ୍ନ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ଲଘୁ ଖଣିଜ ସମ୍ପଦକୁ ରାଜନେତା-ପ୍ରଶାସକ-ପୋଲିସ ତ୍ରିକୋଣୀୟ ମେଣ୍ଟ କରି ଲୁଟି ନେଇଛନ୍ତି । ପାହାଡ ବିକ୍ରି କରି ଦଲାଲ ମାନେ ରାଜନେତା ଓ ପ୍ରଶାସକଙ୍କୁ ମୋଟା ଅଙ୍କ ଦେଇଛନ୍ତି । ସରକାର 2016ରୁ ଏହାର ସୁରକା ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଧବାର ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଏମିତି ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଥିଲେ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସ୍ବୀକାର କରିଛନ୍ତି ଯେ, ଡଙ୍କାରୀ ପାହାଡ ଲିଜ ନେଇଥିବା ଶିବାସ ଜେନାଙ୍କ ଠାରୁ ସରକାର 58 କୋଟି 62 ଲକ୍ଷ ଟଙ୍କା ରୟାଲଟି ଆଦାୟ କରି ପାରିନାହାଁନ୍ତି ।

ଡଙ୍କାରୀ ପାହାଡରୁ ବେଆଇନ ଭାବେ ବହୁମୂଲ୍ୟ କଳା ପଥର ଖନନ ହେଉଛି ଏବଂ ବାହାରକୁ ଚାଲାଣ ହେଉଛି । ଏ ସମ୍ପର୍କରେ 2016 ମସିହାରେ ତତ୍କାଳିନ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ପାହାଡକୁ ନିଶ୍ଚିହ୍ନ କରିଦେବାକୁ ଚେଷ୍ଟା କରାଯାଉଥିବା କଥା ଉଲ୍ଲେଖ କରି 10 ଜଣ ଆରଆଇଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ଏପରିକି 2016 ଅଗଷ୍ଟ 6 ତାରିଖରେ ଜିଲ୍ଲାପାଳ ରାଜସ୍ବ ସଚିବଙ୍କୁ ଚିଠି ଲେଖି 6 ଜଣ ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ସେହି ବର୍ଷ ଜୁନ ମାସରେ ତତ୍କାଳିନ ଖଣି ନିର୍ଦ୍ଦେଶକ ମଧ୍ୟ ବେଆଇନ କଳା ପଥର ଚାଲାଣ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ 3 ବର୍ଷ ଧରି କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି ? କିଏ ସେମାନଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଥିଲ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଦୈନିକ ଡଙ୍କାରୀରୁ ଦୁଇ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହେଉଛି । ଏହି ଲୁଟରେ ସମ୍ପୃକ୍ତ ଲୋକଙ୍କର ସ୍ମିତାରାଣୀ ମୃତ୍ୟୁ ଘଟଣା ସହ ମଧ୍ୟ ସମ୍ପର୍କ ରହିଛି । ସ୍ମିତାରାଣୀ ମୃତ୍ୟୁ ସହ ଜଡିତ ରୁପେଶ ଭଦ୍ରା ଜଣେ ସାମାନ୍ୟ ଚା’ ଦୋକାନରୁ କୋଟିପତି ହେଲେ କେମିତି ? ଦୈନିକ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଛି କେମିତି ? ଏସବୁ ତଦନ୍ତ ସାପେକ୍ଷ ବୋଲି ବିରୋଧୀ ଦଳ କହିଛି । କେବଳ ଡଙ୍କାରୀ କାହିଁକି ବଲାଙ୍ଗିର, ଋଷିକୂଲ୍ୟା, ଖୋର୍ଦ୍ଧା ସବୁଠି ଲଘୁ ଖଣିଜ ସମ୍ପଦର ବେଆଇନ ଚାଲାଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ଗୃହରେ ।

ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତର ଦେଇ ସ୍ବୀକାର କରିଥିଲେ ଯେ, ଡଙ୍କାରୀ ପାହାଡ ଲିଜଧାରୀ ଶିବାସ ଜେନାଙ୍କ ଠାରୁ 58 କୋଟି 62 ଲକ୍ଷ ଟଙ୍କା ସରକାର ଆଦାୟ କରିପାରି ନାହାଁନ୍ତି । ହାଇକୋର୍ଟ ଧର୍ମଶାଳା ତହସିଲଦାରଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସୁପ୍ରିମ କୋର୍ଟରେ ଏହି ମାମଲା ବିଚାରଧୀନ ଅଛି ।

2018ରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ କରାଯାଇ ଡଙ୍କାରୀ ପାହାଡର କଳା ପଥର ଖଣିର ପରିବେଶ ମଞ୍ଜୁରୀ ରଦ୍ଦ କରାଯାଇ ଉତ୍ତୋଳନ ବନ୍ଦ କରାଯାଇଛି । ବେଆଇନ ଚାଲାଣକୁ ରୋକିବା ପାଇଁ ଡଙ୍କାରୀରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଥାନାରେ ଗୋଟେ ପ୍ଲାଟୁନ ଫୋର୍ସ ମୁତ୍ତୟନ ହେବେ । ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିବେଶ ଆଇନ ଉଲଂଘନକାରୀଙ୍କ ବିରୋଧରେ ମଧ୍ୟ ଚଣ୍ତିଖୋଲ ଜେଏମଏଫସି କୋର୍ଟରେ ମାମଲା ଦାଏର କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:ମାଧବାନନ୍ଦ ଜୀଉ ଙ୍କ ସେବକ ଙ୍କ ପ୍ରତିକ୍ରିୟାBody:ନିଆଳି ର ପ୍ରଭୁ ମାଧବାନନ୍ଦ ଜୀଉ ଶ୍ରୀଜଗନ୍ନାଥଙ୍କ ମାମୁ ଘର ସମ୍ପର୍କ ନୁହେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ ଛି। ତେବେ ଏହାକୁ ଗ୍ରହଣ କରି ନହାନ୍ତି ମାଧବାନନ୍ଦ ଜୀଉ ଙ୍କ ସେବକମାନେ। ପ୍ରାଚୀ ପୁରାଣ , ମଙ୍ଗଳା ପୁରାଣ ରେ ବର୍ଣ୍ଣିତ ରହିଛି ଏହି କାହାଣୀ। ତେବେ ଆଗାମୀ ଦିନରେ ଗବେଷକ ଙ୍କୁ ନେଇ ଉପାଯୁକ୍ତ ତଥ୍ୟ ଦିଆଯିବ ଶ୍ରୀମନ୍ଦିର ପ୍ରଶାସନ କୁ ବୋଲି ପ୍ରଭୁ ମାଧବାନନ୍ଦ ଜୀଉ ଙ୍କ ସେବକମାନେ କହିଛନ୍ତି। ଆସନ୍ତା ବର୍ଷ ମଧ୍ୟ ଚଳିତ ବର୍ଷ ଠାରୁ ଆହୁରି ବିଶାଳ ଅଧ୍ୟତ୍ମିକ ଶୋଭାଯାତ୍ରା ରେ ଶ୍ରଦ୍ଧାଲୁ ମାନେ ଶ୍ରୀମନ୍ଦିର ରେ ଆସିବେ ବୋଲି କହିଛନ୍ତି ମାଧବାନନ୍ଦ ଜୀଉ ସେବକ। ମହାପ୍ରଭୁ ଙ୍କ ପରମ୍ପରା ସେବା କୁ ଆଗାମୀ ଦିନରେ ଉଜିବିତ ରଖିବା ନେଇ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି।

ବାଇଟ,, ତ୍ରିଲୋଚନ ପୁଷ୍ପାଳକ ,, ସେବକ,, ମାଧବାନନ୍ଦ ଜୀଉ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.