ETV Bharat / city

Kotia Controversy; କମିଟି ଗଠନକୁ ସ୍ବାଗତ କଲେ ବିରୋଧୀ

author img

By

Published : Nov 25, 2021, 10:30 PM IST

ତୁଟିବ ବିବାଦ । ସମସ୍ୟାର ହେବ ସମାଧାନ। ଦୀର୍ଘବର୍ଷର ସମସ୍ୟାର ସମାଧାନ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆପୋଷ ବୁଝାମଣାରେ ଦୂରହେବ ଆନ୍ଧ୍ର ଓଡିଶା ଆନ୍ତଃକନ୍ଦଳ ।

କମିଟି ଗଠନକୁ ସ୍ବାଗତ କଲେ ବିରୋଧୀ
କମିଟି ଗଠନକୁ ସ୍ବାଗତ କଲେ ବିରୋଧୀ

ଭୁବନେଶ୍ବର: ତୁଟିବ ବିବାଦ । ସମସ୍ୟାର ହେବ ସମାଧାନ। ଦୀର୍ଘବର୍ଷର ସମସ୍ୟାର ସମାଧାନ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆପୋଷ ବୁଝାମଣାରେ ଦୂରହେବ ଆନ୍ଧ୍ର ଓଡିଶା ଆନ୍ତଃକନ୍ଦଳ (Odisha Andhra Dispute)। ରହିବନି ଜଳ, ଜମି, ଅନୁପ୍ରବେଶ ବିବାଦ । ଏନେଇ ରାଜ୍ୟ ସରକାର ଗତକାଲି ଏକ ଉଚ୍ଚସ୍ତରୀୟ କମିଟି (High Level committee) ଗଠନ କରିଛନ୍ତି ।

ଏହି କମିଟି ଓଡିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ପାଇଁ ଉଦ୍ୟମ କରିବ । କୋଟିଆ (Kotia) ପୋଲାଭରମ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳ ଭଣ୍ଡାର ବିବାଦର ସମାଧାନ ହେବା ନେଇ ଆଶା ସଂଚାର ହୋଇଛି । ଏନେଇ ଗତ ୯ ତାରିଖରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ କମିଟି ଗଠନ ହୋଇଛି ।

Kotia Controversy; କମିଟି ଗଠନକୁ ସ୍ବାଗତ କଲେ ବିରୋଧୀ

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ପତନ୍ତ୍ର କମିଟି ଗଠନ କରାଯାଇଛି । କମିଟିରେ ୮ ଥିବାବେଳେ ଉନ୍ନୟନ କମିଶନ, ରାଜସ୍ବ, ଗୃହ, ଶକ୍ତି, ଉଚ୍ଚଶିକ୍ଷା ସଚିବ ପ୍ରମୁଖ ରହିଛନ୍ତି । ସ୍ବତନ୍ତ୍ର କମିଟି ଗଠନ ପରେ ଏବେ ସମସ୍ୟାର ସମାଧାନର ବାଟ ଫିଟିବ ବୋଲି ଶାସକ ଦଳ କହିଛି ।

ସେପଟେ ପଡୋଶୀ ସହ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ବିରୋଧୀବି ପ୍ରଶଂସା କରିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ (Andhra Pradesh Chief Minister Jagan Mohan Reddy)ଙ୍କ ସହ ଆଲୋଚନା ପରେ ଗଠନ ହୋଇଥିବା ସ୍ବତନ୍ତ୍ର କମିଟିକୁ ବିରୋଧୀ ବିଜେପି ଓ କଂଗ୍ରେସ ସ୍ବାଗତ କରିଛନ୍ତି । ତେବେ କେବଳ ଆଲୋଚନା କି କମିଟି ଗଠନ ନୂହେଁ ବରଂ ତୁରନ୍ତ ସମସ୍ୟା ସମାଧାନ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି ।

ଅନ୍ୟପଟେ କଂଗ୍ରେସ ମୁଖପାତ୍ର କହିଛନ୍ତି ଦୁଇ ରାଜ୍ୟ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପରି କମିଟି ଗଠନ କରାଯାଇଛି । ତେବେ ଏହାପରେ ସୀମାରେ ଉଭୟ ରାଜ୍ୟର ଆଭିମୁଖ୍ୟ କଣ ରହିବ ତା ଉପରେ ରହିବ ନଜର ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.