ETV Bharat / city

ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ସରକାରଙ୍କୁ ଘେରିଲେ ବିରୋଧୀ - ବିରୋଧୀ

ରାଜ୍ୟରେ ମରୁଡି ପଦଧ୍ବନି ଶୁଭିଲାଣି। ଯେଉଁ ଧାରା ଶ୍ରାବଣରେ ଚାଷୀ ଚାଷ କାମରେ ନିଜକୁ ନିୟୋଜିତ କରିବା କଥା ସେହି ଧାରା ଶ୍ରାବଣ ଏବେ ଚାଷୀଙ୍କୁ ଧକ୍କା ଦେଲାଣି । ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରାନଗଲେ ରାଜ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହେବ ।

ଡିଜାଇନ ଫଟୋ
author img

By

Published : Jul 25, 2019, 6:16 PM IST

ଭୁବନେଶ୍ବର: ରାଜ୍ୟରେ ଶୁଭିଲାଣି ମରୁଡ଼ିର ପ୍ରତିଧ୍ବନି । ସରକାର କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ । ବିଧାନସଭାରେ ରାଜସ୍ବ ମନ୍ତ୍ରୀ ନିଜେ ମାନିଛନ୍ତି ଯେ, 15ଟି ଜିଲ୍ଲାରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି । ଚାଷୀ ଦୁର୍ଦ୍ଦିନରେ , ତୁରନ୍ତ ଚାଷୀଙ୍କୁ ସହାୟତା ଦରକାର । ବେଳ ଥାଉଁ ଥାଉଁ ସରକାର ପଦକ୍ଷେପ ନିଅନ୍ତୁ ନଚେତ ପରସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ରାଜ୍ୟରେ ସୃଷ୍ଟି ହୋଇଥିବା ମରୁଡି ପରିସ୍ଥିତି ନେଇ ଉଭୟ ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ଆଜି ଏମିତି ଢଙ୍ଗରେ ବିଧାନସଭାର ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଦଳ ନେତା ଏହି ପ୍ରସଙ୍ଗ ଉଠାଇଥିଲେ । ସମ୍ଭାବ୍ୟ ମରୁଡିକୁ ନେଇ ଶୂନ୍ୟକାଳରେ ଗୃହରେ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ । ସେ କହିଛନ୍ତି 16 ଟି ଜିଲ୍ଲାରେ ବର୍ଷା ଠିକରେ ହୋଇନି। ମାଟି ଫାଟି ଆଁ ହୋଇଗଲାଣି। ପକାଯାଇଥିବା ତଳି ଶୁଖିବାକୁ ବସିଲାଣି । ରଥ ପୂର୍ବରୁ ରୁଆ କାମ ସରିବା କଥା, ଅଥଚ ଏ ଯାଏଁ ରୁଆ କାମ ବି ଆରମ୍ଭ ହୋଇନି। ରାଜସ୍ବ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ, ଏ ବାବଦରେ ପୁନର୍ବାର ଅନୁଧ୍ୟାନ କରି ବର୍ଷାର ପରିମାଣ ଆକଳନ କରି ଠିକରେ ରିପୋର୍ଟ ଦେବାକୁ ସେ ଦାବି କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ବାରମ୍ବାର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଗୃହରେ ଉଠିଲେ ବି ଉତ୍ତର ମିଳୁନି। ବର୍ଷା ହେଲେ ବି ଏବେ ଚାଷ ଅନେକ ଜାଗାରେ ହେବା ଭଳି ସ୍ଥିତିରେ ଆଉ ନାହିଁ। ନିଶ୍ଚିତ ଜଳସେଚନ ନେଇ ସରକାର ଦେଉଥିବା ତଥ୍ୟ ସଂପୂର୍ଣ ଭୁଲ। ତେଲ ନଦୀରେ ପାଣି ଥିଲେ ସୁଦ୍ଧା ଲିଫ୍ଟ ପଏଣ୍ଟ ଅଚଳ ଲାଗି ପାଣି ଉଠୁନି। ଡିପ ଵୋରଓ୍ଵେଲ ମଧ୍ୟ କାମ କରୁନି । ଚାଷୀଙ୍କୁ ବୀମା ପଇସା ଏଯାଏ ମିଳିଲାନି। ତାହେଲେ ସରକାର କରୁଛନ୍ତି କଣ ?

ଋଣବୋଝରୁ ଚାଷୀ ଆତ୍ମହତ୍ୟା କଥା ସରକାର ସଂସଦରେ ମାନୁଛନ୍ତି ଅଥଚ ଏଠାରେ ସରକାର ତାକୁ ମାନିବାକୁ ନାରାଜ ଏଥିରୁ ସ୍ପଷ୍ଟ ସରକାର ଚାଷୀଙ୍କ ପ୍ରତି କେତେ ସମ୍ବେଦନଶୀଳ ବୋଲି ପ୍ରଶ୍ନ କରିଥିଲେ ନରସିଂହ । ଅନ୍ୟପଟେ ଗୃହରେ ବିଧାୟକ ମାନଙ୍କ ଉଦବେଗ ଦେଖି ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେବା ସହ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

Intro:Body:

blank for link 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.