ଭୁବନେଶ୍ବର: ବିଶ୍ୱ ଐତିହ୍ୟ ରଘୁରାଜପୁର ଗ୍ରାମରେ ଅନଲାଇନ ଭିତ୍ତିଚିତ୍ର ଶିବିର ଆରମ୍ଭ ହୋଇଛି । ଲଳିତ କଳା ଏକାଡେମୀ (ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ) ଓ ଓଡିଶା ଖଣି ନିଗମର ମିଳିତ ସହଯୋଗରେ ଏହି ଶିବିର ଆରମ୍ଭ ହୋଇ ୧୩ ଜୁନ ପର୍ଯ୍ୟନ୍ତ ଚାଲିବ । ଗ୍ରାମର ୧୫୦ ଲୋକଙ୍କ ଘରେ ଏହି ଭିତି ଚିତ୍ରରେ ସାମିଲ ହୋଇଥିଲେ । ଆଉ ୧୫୦ ଶୀଲୋ ନିଜ ଘର ଦୁଆର କାନ୍ଥରେ ପାରମ୍ପରିକ ଏହି ଚିତ୍ରକୁ ଆଙ୍କିଥିଲେ ।
ଏହି ଶିବିରରେ ରାଜ୍ୟ ତଥା ଜାତୀୟସ୍ତର ପରିଚିତ ଚିତ୍ରକାର ରହିଥିବାବେଳେ ସମସ୍ତଙ୍କୁ ଏକାଡେମୀ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଆଉ ଏହାରି ମଧ୍ୟରୁ ୫ ଜଣ ଶ୍ରେଷ୍ଠ ଶିଳ୍ପୀଙ୍କୁ ଏକାଡେମୀର ସ୍ୱତନ୍ତ୍ର ଚୟନ କମିଟି ଦ୍ୱାରା ବଛାଯାଇ କୋଭିଡ କଟକଣା ପରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ଘାଟନ କରିଥିବାବେଳେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବିଭାଗୀୟ ସଚିବ ଶିଳ୍ପୀମାନଙ୍କୁ ଏହି କଳାର ଉନ୍ନତି କାମନା କରିଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ