ETV Bharat / city

ସେନା ଯବାନ ନାଁରେ ମାତିଛନ୍ତି ଅନଲାଇନ ଠକ

author img

By

Published : Jun 18, 2019, 10:33 PM IST

ଅନ ଲାଇନ ମାର୍କେଟରେ ମାତିଛନ୍ତି ସ୍ମାର୍ଟ ଲୁଟେରା । ସେନାର ଯବାନ ବୋଲି ପରିଚୟ ଦେଇ ଲୋକଙ୍କୁ ଲୁଟୁଛନ୍ତି । ଠକାମୀର ଶିକାର ହୋଇଛନ୍ତି ରାଜଧାନୀ ଭୁବନେଶ୍ବରର ବହୁ ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଏଲଏକ୍ସ (OLX)ରେ ଯଦି କିଛି କିଣୁଛନ୍ତି ତେବେ ସାବଧାନ । ଏବେ ଲୁଟିବାର ନିଆରା ଉପାୟ ବାଛିଛନ୍ତି କିଛି ପେସାଦାର ଠକ । ପ୍ରଥମେ ସେନାର ଯବାନ ବୋଲି ନିଜର ପରିଚୟ ଦେଉଛନ୍ତି, ପରେ ମିଥ୍ୟା ପରିଚୟ ପତ୍ର ଦେଖାଇ ଲୋକଙ୍କ ଭରସା ଜିତୁଛନ୍ତି । ତେବେ ଶେଷରେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା । ରାଜଧାନୀ ଭୁବନେଶ୍ବରର କିଛି ବାସିନ୍ଦା ଏଭଳି ଠକେଇର ଶିକାର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ସାଲିଆ ସାହି ବାସିନ୍ଦା ବ୍ରଜବନ୍ଧୁ ଜେନା ଓଏଲଏକ୍ସରେ ଏକ କାର୍ ବିକ୍ରିନେଇ ବିଜ୍ଞାପନ ଦେଖିଥିଲେ । ବିକ୍ରେତା ଜଣକ ଜଣେ ସିଆଇଏସଏଫ ଯବାନ ଏବଂ ସେ କମ୍ ଦାମରେ କାରଟି ଦେବାପାଇଁ ତାଙ୍କୁ ପ୍ରତିଶୃତି ଦେଇଥିଲେ । ବ୍ୟକ୍ତି ଜଣଙ୍କର ସିଆରପିଏଫ ପରିଚୟ ପତ୍ର, ଆଧାରକାର୍ଡ଼ ଇତ୍ୟାଦି ଦେଖି ପୁରା ବିଶ୍ବାସ କରିଯାଇଥିଲେ ବ୍ରଜବନ୍ଧୁ । ତିନିଟି କିସ୍ତିରେ ତାଙ୍କୁ 41 ହଜାର ଟଙ୍କା ପଠାଇଥିଲେ । ବଦଳରେ ବିକ୍ରେତା ତାଙ୍କୁ ସେନା ଟ୍ରାନ୍ସପୋର୍ଟରେ ଗାଡ଼ି ପଠାଉଥିବା ନେଇ ରସିଦ ଇତ୍ୟାଦି ଦେଖାଇଥିଲେ । ତେବେ ସେତେବେଳକୁ ଠକାମୀର ଶିକାର ହୋଇସାରିଥିଲେ ବ୍ରଜବନ୍ଧୁ ।

ବର୍ତ୍ତମାନ ସେନାର ପରିଚୟ ଦେଇଥିବା ବ୍ୟକ୍ତିଙ୍କ (ଶ୍ରବଣ-ପରିଚୟ ପତ୍ର ନାମ) ଧରାଛୁଆଁ ମିଳୁନି । ଏପରି ବ୍ରଜବନ୍ଧୁଙ୍କ ଫୋନ ଉଠାଇବା ମାତ୍ରେ ଗାଳି ଗୁଲଜ ଦେଉଛନ୍ତି । ତେବେ ଏନେଇ ସେ ନୟାପଲ୍ଲୀ ଠାରୁ ଆରମ୍ଭ କରି ଖାରବେଳନଗର ଥାନା ପର୍ଯ୍ୟନ୍ତ ଦୌଡି଼ଥିଲେ ବି ଶୁଣୁନି କମିଶନରେଟ ପୋଲିସ । କେବଳ ବ୍ରଜବନ୍ଧୁ ନୁହଁନ୍ତି ଆଚାର୍ଯ୍ୟବିହାର ପାଣି ଟାଙ୍କି ଲେନରେ ରହୁଥିବା ଗିତାଞ୍ଜଳି ସ୍ବାଇଁ ମଧ୍ୟ ସମାନ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି । ଏନେଇ ସହିଦନଗର ଥାନାରେ ଏତଲା ଦେଇଥିଲେ ବି ଏଯାଏଁ ଠକର କୌଣସି ଟେର ମିଳିନାହିଁ ।

ତେବେ ଏହିପରି ଅନଲାଇନ ଠକଙ୍କ ନୂଆ ନୂଆ ପ୍ଲାନ ଯୋଗୁଁ ବଦନାମ ହେବାରେ ଲାଗିଛି ଭାରତୀୟ ସେନା । ଏପରିକି କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ହୋଇଥିଲେ ବି ଏଯାଏଁ କୌଣସି ସୁରାକ ମିଳିନି । ସେପଟେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ୫ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ ହେଲେ କ୍ରାଇମବ୍ରାଞ୍ଚର ସାଇବର ସେଲ ତଦନ୍ତ କରିବ । ତେବେ ୧ ଲକ୍ଷରୁ କମ୍ ହେଲେ ସ୍ଥାନୀୟ ପୋଲିସ ଏହାର ତଦନ୍ତଭାର ନେବ । ତାଙ୍କୁ ସାଇବର ସେଲ ସାହାଯ୍ୟ କରିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.