ETV Bharat / city

Online Investment Fraud: ୧୫ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ, ଜଣେ ଗିରଫ

author img

By

Published : Jun 11, 2022, 5:12 PM IST

Updated : Jun 11, 2022, 5:31 PM IST

ଅନଲାଇନ ଇନଭେଷ୍ଟମେଣ୍ଟ ଜରିଆରେ ଠକେଇ । ଇନଭେଷ୍ଟମେଣ୍ଟ ପାଇଁ ଆଗ୍ରହୀ ଲୋକଙ୍କୁ ଅନଲାଇନରେ କିଟି କ୍ୟାସ ଗ୍ରୁପରେ ଆଡ୍ କରି ଠକୁଥିଲେ । ଅଭିଯୋଗ ପରେ ଆକାଉଣ୍ଟ ଟ୍ରାକ କରି ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହ ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

online investment fraud: ୧୫ ଲକ୍ଷରୁ ଉର୍ଦ୍ଧ୍ବ ଠକେଇ, ଜଣେ ଗିରଫ

ଭୁବନେଶ୍ବର: ୧୦ ପ୍ରତିଶତ ସୁଧ ରିଟର୍ଣ୍ଣ ଲୋଭ ଦେଖାଇ ଠକାମି । ଲୋକଙ୍କୁ ଅନଲାଇନରେ ସୁଧ କାରବାର ସୁବିଧା କହି ଠକାମିର ଜାଲ ବିଛାଇଥିଲେ ଠକ ଗ୍ୟାଙ୍ଗ‌ । ଅଭିଯୋଗ ପାଇବା ପରେ ଆକାଉଣ୍ଟ ଟ୍ରାକ କରି ୧୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହ ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତର ନା ଗୌର କୁମାର ବିଶ୍ବକର୍ମା । ଏବେବି ୫ ଠକ ଫେରାର ଥିବା ଜଣାପଡ଼ିଛି ।

Online Investment Fraud: ୧୫ ଲକ୍ଷରୁ ଊର୍ଦ୍ଧ୍ବ ଠକେଇ, ଜଣେ ଗିରଫ

ସୁଚନା ଅନୁସାରେ ସୁଧ କାରବାରରେ ଇନଭେଷ୍ଟମେଣ୍ଟ ପାଇଁ ଆଗ୍ରହୀ ଲୋକଙ୍କୁ ଅନଲାଇନରେ କିଟି କ୍ୟାସ ଗ୍ରୁପ କରି ଆଡ କରାଯାଉଥିଲା । ପରେ ସେମାନଙ୍କୁ ଆକାଉଣ୍ଟ ଡିଟେଲ ପଠାଇ ଟଙ୍କା ପଠାଇବାକୁ ଅଭିଯୁକ୍ତମାନେ କହୁଥିଲେ । ଟଙ୍କା ପଠାଉଥିବା ଲୋକଙ୍କୁ ୧୦୦୦ଟଙ୍କାରେ ୧ପ୍ରତିଶତ ସୁଧ ଦେବା ଆଳରେ ୧୦୦ଟଙ୍କା ୱାଲେଟ ଜରିଆରେ ରିଟର୍ଣ୍ଣ ଦେଉଥିଲେ । ୱାଲେଟରେ ଅତିକମରେ ୧ଲକ୍ଷ ଟଙ୍କା ହେଲେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇପାରିବ ବୋଲି ଲୋଭ ଦେଖାଉଥିଲେ । କିନ୍ତୁ ୱାଲେଟ ଟଙ୍କାକୁ ଆକାଉଣ୍ଟକୁ ନ ପଠାଇ ଠକିନେଉଥିଲେ ।

ଏହିପରି ଠକାମିର ଶିକାର ହୋଇଛନ୍ତି ଭୁବନେଶ୍ବରର ଅଜୟ କୁମାର ସାହୁ । ୧୫ଲକ୍ଷ ଟଙ୍କା ବିନିଯୋଗ ପରେ ସେ ଠକାମିର ଶିକାର‌ ହୋଇଥିବା ଜାଣିପାରିଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ଅଜୟ । ଅଭିଯୋଗ ଅନୁସାରେ ଟ୍ରାକ କରି ୭ଟି ଆକାଉଣ୍ଟରୁ ୧୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିବା ସହ ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଠକ ଗ୍ୟାଙ୍ଗର ଆହୁରି ୫ ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ତେବେ ଆଜି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2022, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.