ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ବର ୟୁନିଟ୍-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଆୟୋଜିତ ଟିକା ପ୍ରଦାନର ପ୍ରଥମ ଦିବସ (ସୋମବାର)ରେ ୨୩୦ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯାଇଥିଲା ।
ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ଵାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ସ୍ଵାସ୍ଥ୍ୟବୀମା କାର୍ଡଧାରୀ ସାମ୍ବାଦିକମାନଙ୍କୁ ଟିକା ପ୍ରଦାନ କରାଯାଉଛି । ମଇ ୪ ତାରିଖରୁ ମଇ ୬ ତାରିଖ ପର୍ଯ୍ୟନ୍ତ ଟିକା ପ୍ରଦାନର ବ୍ୟବସ୍ଥା କରାଯାଇଛି ପ୍ରତ୍ୟହ ସକାଳ ଘ.୯.୩୦ ମିନିଟ୍ ରୁ ଅପରାହ୍ନ ଘ.୩.୩୦ ମିନିଟ୍ ପର୍ଯ୍ୟନ୍ତ ଟିକା ପ୍ରଦାନ କରାଯାଉଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ