ETV Bharat / city

ଧରାପଡିଲା ହାଇପ୍ରୋଫାଇଲ OLX ଠକ, ଗୋଟିଏ ଗାଡିରେ ୧୦ଜଣଙ୍କୁ ଠକିଥିଲା ଅଭିଯୁକ୍ତ

author img

By

Published : Apr 12, 2021, 1:06 PM IST

Updated : Apr 12, 2021, 7:05 PM IST

olx cheater arrested in bhubaneswar
ଧରାପଡିଲା ହାଇପ୍ରୋଫାଇଲ ଓଏଲଏକ୍ସ ଠକ, ଗୋଟିଏ ଗାଡିରେ ୧୦ଜଣଙ୍କୁ ଠକିଥିଲା ଅଭିଯୁକ୍ତ

13:02 April 12

ଧରାପଡିଲା ହାଇପ୍ରୋଫାଇଲ OLX ଠକ, ଗୋଟିଏ ଗାଡିରେ ୧୦ଜଣଙ୍କୁ ଠକିଥିଲା ଅଭିଯୁକ୍ତ

ଭୁବନେଶ୍ବର : କୋଟିପତି ହେବାକୁ ଚାହୁଥିଲା ଠକ। ଏଥିପାଇଁ ଏମବିଏ ବୁଦ୍ଧିରେ ରଚିଥିଲା ଠକେଇର ମାଷ୍ଟରପ୍ଲାନ। ଆରମ୍ଭ କରିଥିଲା ଗାଡି ରିସେଲିଂର ବିଜନେସ। ଅନଲାଇନର ଡିମାଣ୍ଡ ଦେଖି ଆରମ୍ଭ କରିଥିଲା ଓଏଲଏକ୍ସ ଠକ ପ୍ଲାନ ଅର୍ଥାତ ଗାଡି ବିକ୍ରିର ଆଡ଼ ଦେଖାଇ  ଅନଲାଇନରେ ଲୁଟୁଥିଲା ଟଙ୍କା । ଗାଡି ଦେଖିବା ପାଇଁ ଆସୁଥିବା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଥିଲା ଫେକ ଶୋ'ରୁମ।  

ବ୍ରହ୍ମେଶ୍ବର ପାଟଣାରେ ନିଜର ଗାଡିର ଶୋ'ରୁମ କରି ସେଠାରେ ଲୋକଙ୍କୁ ଭରସା ଦେଉଥିଲା ଯେପରି ଠକାମି ହେବାର ପ୍ରଶ୍ନ ଉଠିବନି। ଗୋଟିଏ ଗାଡି ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ  ରଖୁଥିଲା ଆଡ଼ଭାନସ୍। ଏପରିକି ବ୍ରାଣ୍ଡ ନ୍ୟୁ ଗାଡ଼ି ୮ ଲକ୍ଷ ବଦଳରେ ୫ ଲକ୍ଷରେ ବିକ୍ରି କରିଦେବା ନେଇ ଗ୍ରାହକଙ୍କୁ କହୁଥିଲା । ଯିଏ ଆଡ଼ଭାନସ ଆଗ ଦେବ ତାକୁ ଗାଡି ଆଗ ମିଳିବ କହି ରେଟ୍ ଫିକସ କରୁଥିଲା ଠକ।  

ଠକେଇ ଉଦ୍ଦେଶ୍ୟରେ ରାଜଧାନୀର ବାହାର ଲୋକଙ୍କୁ ଠକେଇର ଶିକାର ବନାଉଥଥିଲା। ପରେ ଟଙ୍କା ନେଇ ଆଉ ଧରାଛୁଆ ଦେଉନଥିଲା। ଏହିପରି ଢ଼ଙ୍ଗରେ ବଡ଼ଗଡ଼ ଥାନାରେ ଅଭିଯୋଗ ଅନୁସାରେ ତପନ କୁମାର ସ୍ବାଇଁଙ୍କ ଠୁ ୫ ଲକ୍ଷ, ଦୁର୍ଗା ମାଳି ନାମକ ଜଣେ ଯୁବକ ଠୁ ୩.୫ ଲକ୍ଷ ଓ ଜୟକୃଷ୍ଣ ନାମକ ଯୁବକ ଠୁ ୧.୯ ଲକ୍ଷ ନେଇ ଚମ୍ପଟ ମାରିଥିଲା।  

ଅଭିଯୋଗ ପରେ ଅଭିଯୁକ୍ତ ତୃପ୍ତି ରଞ୍ଜନ ଦାସକୁ ଗିରଫ କରିଛି କମିଶନରେଟ ପୋଲିସ । ଏହାସହ ତାଠାରୁ 9 ଟି ଚାରି ଚକିଆ ଗାଡ଼ି ଜବତ ହୋଇଛି । ଅନେକ ଗାଡି ବୋଲେରୋ ଗାଡି ବୋଲି ଜଣାପଡିଛି। ତେବେ ଗିରଫ ପରେ ଅଭିଯୁକ୍ତ ନାଁରେ ୪୧ଟି କେସ ଥିବା ପୋଲିସ ଜାଣିବାକୁ ପାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Apr 12, 2021, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.