ଭୁବନେଶ୍ବର: ଆଗାମୀ ସେପ୍ଟେମ୍ବର 26 ରେ ବଡ଼ ପରଦାକୁ ଆସୁଛି ଓଲିଉଡ ଫିଲ୍ମ 'ଲଭ୍ ଟ୍ବିଷ୍ଟ' । ଭୁବନେଶ୍ବର ଜୟଭାରତି ଅଡିଟୋରିୟମରେ ଏହାର ଅଡିଓ ରିଲିଜ ହୋଇଯାଇଛି । ଫିଲ୍ମ ର ମୁଖ୍ୟ ଭୂମିକାରେ ନଜର ଆସିବେ ନବାଗତ ନାୟକ ଦେବ ଓ ନାୟିକା ନମସ୍ମିତା।
ତେବେ ଜଣେ ବସ୍ତି ପିଲା କେମିତି ପାଠ ନ ପଢି, ପରିସ୍ଥିତିରେ ପଡି ନିଜକୁ ଅପରାଧ ଦୁନିଆ ଆଡକୁ ଟାଣି ନେଇଛି, ଆଉ ତା' ପରେ ତା ନିଜସ୍ଵ ଜୀବନରେ କିଭଳି ଅନେକ ଟ୍ବିଷ୍ଟ ଘଟିଛି ଏହା ରହିଛି ଫିଲ୍ମିର ବିଷୟବସ୍ତୁ ।
ଫିଲ୍ମରେ ଭିନ୍ନ ଭିନ୍ନ ଧରଣର 5ଟି ଗୀତ ରହିଥିବା ବେଳେ ସମସ୍ତ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଶୀଲ ଦଳାଇ । ଅନ୍ୟପଟେ କଣ୍ଠଦାନ କରିଛନ୍ତି ଗାୟକ ହ୍ୟୁମାନ ସାଗର, ତାରିଖ ଅଜିଜ, ବିଷ୍ଣୁମୋହନ ଓ ଗାୟିକା ଅସୀମା ପଣ୍ଡା । ଫିଲ୍ମଟି ଅନନ୍ତ କ୍ରିଏସନର ପ୍ରଥମ ଅବଦାନରେ ତିଆରି ହୋଇଥିବାବେଳେ ଏହାର ପ୍ରଯୋଜନା ଦେଇଛନ୍ତି ଅନନ୍ତ କୁମାର ଦଳାଇ ଓ ଅନନ୍ତ ସିଂ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ