ETV Bharat / city

ଜୟୀରାମ ସାମଲଙ୍କୁ ସମ୍ମାନିତ କଲା ଷ୍ଟାର ଫିଲ୍ମ ଆୱାର୍ଡ

ଓଡିଶା ଫିଲ୍ମ ଜଗତର ଅଭିନେତା, ଅଭିନେତ୍ରୀ ଓ ଟେକ୍ନିସିଆନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଷ୍ଟାର ଫିଲ୍ମ ଆୱାର୍ଡ ପ୍ରଦାନ କରାଯାଇଛି । ପ୍ରଥମ ବର୍ଷରେ 4 ଜଣ ବିଶିଷ୍ଟ ପ୍ରତିଭାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଜୟୀରାମ ସାମଲଙ୍କୁ ସମ୍ମାନିତ କଲା ଷ୍ଟାର ଫିଲ୍ମ ଆୱାର୍ଡ
ଜୟୀରାମ ସାମଲଙ୍କୁ ସମ୍ମାନିତ କଲା ଷ୍ଟାର ଫିଲ୍ମ ଆୱାର୍ଡ
author img

By

Published : Feb 13, 2020, 1:57 AM IST

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଶା ଫିଲ୍ମ ଜଗତର ଅଭିନେତା, ଅଭିନେତ୍ରୀ ଓ ଟେକ୍ନିସିଆନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଷ୍ଟାର ଫିଲ୍ମ ଆୱାର୍ଡ ପ୍ରଦାନ କରାଯାଇଛି । ପ୍ରଥମ ବର୍ଷରେ 4 ଜଣ ବିଶିଷ୍ଟ ପ୍ରତିଭାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଜୟୀରାମ ସାମଲଙ୍କୁ ସମ୍ମାନିତ କଲା ଷ୍ଟାର ଫିଲ୍ମ ଆୱାର୍ଡ

ଏଥିରେ ବିଶିଷ୍ଟ ହାସ୍ୟ ଅଭିନେତା ଜୟୀରାମ ସାମଲ ଅନ୍ୟତମ । ଓଡ଼ିଶାର ଛଅ ଜଣ ପ୍ରଯୋଜକଙ୍କୁ ନେଇ ଗଠିତ ଷ୍ଟାର ଫିଲ୍ମ ଆୱାର୍ଡ ଅନୁଷ୍ଠାନପକ୍ଷରୁ ଏହି ଜୀବନବ୍ୟାପି ସାଧନା ସାମ୍ମାନ ପାଇଥିବା ଅନ୍ୟ ବ୍ୟକ୍ତିତ୍ଵମାନେ ହେଉଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ମୁସିର, ବିଶିଷ୍ଟ ନିର୍ଦ୍ଦେଶକ ରମେଶ ମହାନ୍ତି ଓ ସିନେ ସମୀକ୍ଷକ ଦିଲ୍ଲୀପ ହାଲି । ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହା ସହିତ ଚଳଚ୍ଚିତ୍ର ସହିତ ସମ୍ପୃକ୍ତ 18ଟି ବିଭାଗରେ ବିଭିନ୍ନ ବ୍ୟକ୍ତିଙ୍କୁ ପସନ୍ଦ କରି ୱେବ ସାଇଟ ଭୋଟିଂ ମାଧ୍ୟମରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ତେବେ ଏହି ସମ୍ମାନ ପାଇ ହାସ୍ୟକଳାକାର ଜୟୀରାମ ସାମଲ ବେଶ ଗର୍ବ ଅନୁଭବ କରିବା ସହିତ କଳାକାରଙ୍କ ପାଇଁ ଟିକିଏ ସମ୍ମାନ ଓ ଭଲପାଇବା ପ୍ରେରଣା ସଦୃଶ୍ୟ ବୋଲି କହିଛନ୍ତି । ତେବେ ଏହି 6 ଜଣ ପ୍ରଯୋଜକ ମିଶି ଯଦି ଏଭଳି ସୁନ୍ଦର ଆୟୋଜନ କରିପାରୁଛନ୍ତି ତେବେ ସମସ୍ତ ଇଣ୍ଡଷ୍ଟ୍ରି ମିଶିଗଲେ ଏହା ଆହୁରି ଉତ୍କୃଷ୍ଟ ହୋଇ ପାରିବ ବୋଲି ସେ କହିଛନ୍ତି । ସେହିପରି ଅନ୍ୟ ସମ୍ମାନିତ ବ୍ୟକ୍ତିମାନେ ଏହା ଦ୍ବାରା ଇଣ୍ଡଷ୍ଟ୍ରି ଆହୁରି ଭଲ କାର୍ଯ୍ୟ ଆଗକୁ କରିବ ଯାହାଦ୍ବାରା ଓଡିଶା ସିନେମା ଶିଳ୍ପର ଅଭିବୃଦ୍ଧି ହେବ ବୋଲି କହିଛନ୍ତି ।

ଏହି ଉତ୍ସବରେ ଅତିଥିଭାବେ କଟକ ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ଅଭିନେତା ସିଦ୍ଧାନ୍ତ ମାହାପାତ୍ର, ଆଇଏଏସ ପାର୍ଥ ସାରଥୀ ମିଶ୍ର, ଏଲସି ପଟ୍ଟନାୟକ, ପି ସି ଚୌବେ, ସୁକୃତି ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି କଳାକାରଙ୍କୁ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.