ETV Bharat / city

ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ - Retirement

ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ ରବିବାର ଅବସର ନେଇଛନ୍ତି । ନିକଟରେ ପଞ୍ଚମ ଥର ଲାଗି ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ରାଜ୍ୟପାଳଙ୍କୁ ଅପିଲ୍ କରିଥିଲେ ବାଚସ୍ପତି ପ୍ରଦୀପ ଅମାତ । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜ୍ୟପାଳ ଏବଂ ବିରୋଧୀ ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 31, 2019, 7:24 PM IST

ଭୁବନେଶ୍ୱର: ଶେଷରେ ଅବସର ନେଲେ ବିଧାନସଭା ସଚିବ ଅମିୟ ଷଡ଼ଙ୍ଗୀ । ପୂର୍ବରୁ ଚାକିରି କାର୍ଯ୍ୟକାଳ ସରିଥିଲେ ହେଁ ସରକାର ବାରମ୍ବାର ତାଙ୍କ କାର୍ଯ୍ୟ ଅବଧି ବୃଦ୍ଧି କରିଆସୁଥିଲେ । ତେବେ ଏନେଇ ବିବାଦ ଉପୁଜିଥିଲା । ଫଳରେ ନିର୍ବାଚନ ସମୟରେ କୌଣସି ହରଡ଼ଘଣାରେ ନ ପଶି ସରକାର ତାଙ୍କୁ ଚାକିରୀରୁ ଅବ୍ୟାହତି ଦେଇଛନ୍ତି।

ସୂଚନାଯୋଗ୍ୟ, 2013 ମସିହାରୁ ଅମିୟ ଷଡ଼ଙ୍ଗୀଙ୍କର ଚାକିରୀକାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ଶେଷ ହୋଇଛି । ତେବେ ଲଗାତାର ଭାବେ ଚାରି ଥର ପାଇଁ ସରକାର ଅପିଲ କରିତାଙ୍କକାର୍ଯ୍ୟ ଅବଧି ବଢ଼ାଇଥିଲେ । ଏପରିକି ନିକଟରେ ପଞ୍ଚମ ଥର ଲାଗି ତାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ପୁଣି ବାଚସ୍ପତି ପ୍ରଦୀପ ଅମାତ ରାଜ୍ୟପାଳଙ୍କୁ ଅପିଲ୍ କରିଥିଲେ । ତେବେ ଏହାକୁ ନେଇ ରାଜ୍ୟପାଳ ପ୍ରଶ୍ନ ଉଠାଇଥିଲେ ।

ରାଜ୍ୟପାଳଙ୍କ ପରେ ବିରୋଧୀ ଦଳ ସରକାରଙ୍କୁ ଏ ପ୍ରସଙ୍ଗରେ ଟାର୍ଗେଟ ମଧ୍ୟ କରିଥିଲେ। ବିଧାନସଭାରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରିବାରେ ଅମିୟ ଷଡ଼ଙ୍ଗୀ ବେଶ ମାହିର ଥିଲେ । ଏଣୁ ସରକାର ତାଙ୍କୁ ଛାଡ଼ିବାକୁ ଚାହୁଁନଥିବା ଅଭିଯୋଗ ଆଣିଥିଲେ କଂଗ୍ରେସ ଏବଂ ବିଜେପି । ଏହାସହ ନିର୍ବାଚନ ସମୟରେ ଏଭଳି କାର୍ଯ୍ୟ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି କଥା ମଧ୍ୟ ଉଠିଥିଲା । ତେବେ ଶେଷରେ ସରକାର ବେଶୀ ବିବାଦ ମଧ୍ୟକୁ ନ ପଶି ଅମିୟଙ୍କୁ ଅବସର ଦେଇଛନ୍ତି । ତାଙ୍କ ସ୍ଥାନରେ ଯୁଗ୍ମ ସଚିବ ଶିଶିରକାନ୍ତ ସ୍ବାଇଁଙ୍କୁ କାମଚଳା ସଚିବ ଭାବେ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

DCD

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.