ETV Bharat / city

ସାପ କାମୁଡିଲେ କ୍ବାକଙ୍କ ଏସିଡ ଚିକିତ୍ସା, ନୋଟିସ କଲା OHRC - ସାପ କାମୁଡe

ସାପ କାମୁଡିଲେ ମେଡ଼ିକାଲ ବଦଳରେ ଗୁଣିଆ ଉପରେ ନିର୍ଭରଶୀଳ ଆକ୍ରାନ୍ତ । ଏହା ପୁଣି ଜିଲ୍ଲା ପ୍ରଶାସନର ନାକତଳେ ଚାଲିଛି ବେଧଡକ ଢଙ୍ଗରେ । କିନ୍ତୁ ହାତ ବାନ୍ଧିୂ ବସିଛି ପ୍ରଶାସନ । ଢେଙ୍କାନାଳ ଜିଲ୍ଲାରୁ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ତଲବ କରିଛି ଓଏଚଆରସି । ଅଧିକ ପଢନ୍ତୁ...

ସାପ କାମୁଡିଲେ କ୍ବାକଙ୍କ ଏସିଡ଼ି ଚିକିତ୍ସା, ନୋଟିସ କଲା ଓଏଚଆରସି

author img

By

Published : Aug 20, 2020, 6:27 PM IST

Updated : Aug 20, 2020, 7:17 PM IST

ଭୁବନେଶ୍ବର: ସାପ କାମୁଡାରେ ଲୋକମାନେ ଡାକ୍ତରଖାନା ବଦଳରେ ଗୁଣି ଗାରେଡି ଉପରେ ବିଶ୍ୱାସ କରୁଛନ୍ତି । ବିଷ ବାହାର କରିବା ପାଇଁ ଗୁଣିଆ ଏସିଡ ମାଧ୍ୟମରେ ଚିକିତ୍ସା କରୁଛନ୍ତି । ଯାହା ଦ୍ୱାରା ଶରୀର ସୁୁସ୍ଥ ହେବା ବଦଳରେ ଅଧିକ ଖରାପ ହୋଇଯାଉଛି। ଏହି ଘଟଣାକୁ ମାନାବାଧିକାର ଆୟୋଗ (ଓଏଚଆରସି) ଗୁରୁତ୍ବର ସହ ନେଇ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । 15 ଦିନ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକ୍ଷକଙ୍କୁ ଏଭଳି ଘଟଣାର ଜବାବ ମାଗିଛି ଆୟୋଗ ।

ସାପ କାମୁଡିଲେ କ୍ବାକଙ୍କ ଏସିଡ ଚିକିତ୍ସା, ନୋଟିସ କଲା OHRC

ଢେଙ୍କାନାଳ ଜିଲ୍ଲାର ମୃଦଙ୍ଗାପଲ୍ଲୀ ଗାଁରେ ଏଭଳି ବିଚିତ୍ର ଚିକିତ୍ସା ଦୀର୍ଘ ଦିନ ଧରି ଚାଲି ଆସିଛି। ହେଲେ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଢେଙ୍କାନାଳ ଜିଲ୍ଲା ରେ ରହିଛି ମୁଖ୍ୟ ଚିକିତ୍ସାଳୟ। କିନ୍ତୁ ସାପ କାମୁଡାରେ ଗୋଟିଏ ବି ଲୋକ ମେଡିକାଲ ଯିବାକୁ ଚାହୁଁନାହାନ୍ତି। ବଦଳରେ ସେହି ଅଂଚଳରେ ଗୁଣି ଗାରେଡି କରୁଥିବା ଜନୈକ କ୍ବାକ (ନକଲି ଡାକ୍ତର)ଙ୍କ ନିକଟକୁ ଯାଉଛନ୍ତି ।

ଅଗଷ୍ଟ 17 ତାରିଖ ଦିନ ମୃଦଙ୍ଗାପଲ୍ଲୀ ଗାଁ ର 25 ବର୍ଷର ସରିତା ମହାପାତ୍ର ସାପ କାମୁଡାର ଶିକାର ହୋଇଥିଲେ । ସାରିତାଙ୍କ ଗୋଡ଼ର ଆଙ୍ଗୁଳିକୁ ସାପ କାମୁଡିଥିଲା । ତେବେ ସରିତା ଡାକ୍ତରଖାନା ନଯାଇ କ୍ବାକ ପାଖକୁ ବିଷ କାଢ଼ିବା ପାଇଁ ଯାଇଥିଲେ । ତେବେ ସୁକ ସମ୍ପୂର୍ଣ ଗୋଡ଼କୁ ଏକ ତରଳ ପଦାର୍ଥ ଲଗାଇ ଚିକିତ୍ସା କରିଥିଲେ। ତେବେ ସାରିତାଙ୍କ ଗୋଡ଼ ଜଳାପୋଡା ହୋଇ ସିଜି ଯାଇଥିବା ଜଣାପଡିଥିଲା । ପରେ ଏହାକୁ ନେଇ ମୃଦଙ୍ଗାପଲ୍ଲୀ ଥାନାକୁ ଯାଇଥିଲେ ସରିତା ।

ତେବେ ଏହି ଭଳି ଚିକିତ୍ସା ରାଜ୍ୟରେ ନିଷଧ କରାଯାଇଥିବା ବେଳେ ଏବେବି ବିଭିନ୍ନ ସ୍ଥାନରେ ଏବେବି ଜାରି ରହିଛି । ଯାହା କେବଳ ଅନ୍ଧ ବିଶ୍ୱାସ ବ୍ୟତୀତ ଆଉ କିଛି ନାହଁ। ଏହି ଭଳି ଘଟଣା ଦେଖି ମାନାବାଧିକାର ଆୟୋଗ ଚିନ୍ତିତ ହୋଇଛନ୍ତି । ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଏଭଳି ଘଟଣା ବିରୋଧରେ କଣ ପଦକ୍ଷପ ନିଆଯାଉଛି । ସେନେଇ କଲେକ୍ଟର ଏବଂ ପୋଲିସ ଅଧିକ୍ଷକଙ୍କ ନିକଟକୁ ଏକ ନୋଟିସ କରାଯାଇଛି। 15 ଦିନ ଭିତରେ ଏହାର ଜବାବ ରଖିବାକୁ ନିର୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 20, 2020, 7:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.