ହାଇଦ୍ରାବାଦ: ଫନି ପରେ ଶ୍ରୀହୀନ ହୋଇ ପଡିଛି ଓଡିଶା ଭୂଇଁ । ହଜି ଯାଇଛି କଳିଙ୍ଗର ଶୋଭା । ତେବେ ଦେଶର କୋଣ ଅନୁକୋଣରୁ ଓଡିଶାର ସ୍ବଭାବିକ ସ୍ଥିତି ଫେରିବା ପାଇଁ ସଭିଏଁ କରୁଛନ୍ତି ପ୍ରାର୍ଥନା । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଏବେ ଓଡିଶା ପାଇଁ ପ୍ରାର୍ଥନା ଆସିଛି । ଫ୍ରାନ୍ସରୁ ଓଡିଶୀ ନୃତ୍ୟାଙ୍ଗନା ମହିନା ଖାନୁମ ପଠାଇଛନ୍ତି ଓଡିଶା ପାଇଁ ଏହି ବାର୍ତ୍ତା ।
ଓଡିଶା ପାଇଁ ବାର୍ତ୍ତା ଦେବା ସମୟରେ ମହିନା କହିଛନ୍ତି ଯେ ‘‘ପ୍ରିୟ ଓଡିଶାବାସୀ, ଆପଣମାନେ ବାତ୍ୟା ବେଳେ ଯେଉଁ ସ୍ଥିତି ଦେଇ ଗତି କରୁଛନ୍ତି ତାକୁ ଦେଖି ଆମେ ଏଠି ଫ୍ରାନ୍ସରେ ଥରି ଉଠୁଛୁ । ଆମେ ପ୍ରାର୍ଥନା କରୁଛୁ ଯେ ଫନି ଆପଣଙ୍କ ସୁନ୍ଦର ଭୂମି ଓ ଆତ୍ମବିଶ୍ବାସକୁ ନଷ୍ଟ ନକରୁ । ଆମେ ଜାଣିଛୁ ଆପଣଙ୍କ ମହାମ ଇତିହାସ ବିଷୟରେ ଅବଗତ ଅଛୁ, ଚିହ୍ନିଛୁ ଆପଣଙ୍କ କଳାତ୍ମକ ଚମତ୍କାରିତାକୁ, ପରିଚିତ ଅଛୁ ଆପଣଙ୍କ ସୁନ୍ଦର ଓ ନୈଶର୍ଗୀକ ପ୍ରକୃତି ସହ । ଆମେ ଜାଣିଛୁ ଆପଣ କେତେ ଦୃଢ଼ତାର ସହ ଏହାର ସାମ୍ନା କରିଛନ୍ତି ଓ କେତେ ଶୀଘ୍ର ଆପଣ ପୁଣି ଥରେ ନିଜକୁ ସୁଦୃଢ଼ କରି ଛିଡା କରିଛନ୍ତି । ଆମ ମାନଙ୍କୁ ପ୍ରେରଣା ଯୋଗାଇବାରେ ଆପଣଙ୍କ ସାହାଯ୍ୟ ସବୁବେଳେ ଆବଶ୍ୟକ । ଆପଣ ମାନଙ୍କୁ ଫ୍ରାନ୍ସରୁ ଅନେକ ସ୍ନେହ ଓ ଭଲପାଇବା ପଠାଉଛୁ । ‘ବନ୍ଦେ ଉତ୍କଳ ଜନନୀ’ ।