ETV Bharat / city

ରାଷ୍ଟ୍ରପତି ମୁର୍ମୁଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଲେ ରାଜ୍ୟର ପଦ୍ମ ବିଜେତା - ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଲେ ରାଜ୍ୟର ପଦ୍ମ ପୁରସ୍କାର ବିଜେତା

ଆଜି ବରଗଡ ତଥା କୋଶଳୀ ଲୋକକବି ପଦ୍ମଶ୍ରୀ ହଳଧର ନାଗ ନିଜେ ଦିଲ୍ଲୀକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଶୁଭେଛା ଜଣାଇଲେ ରାଜ୍ୟର ପଦ୍ମ ବିଜେତା

author img

By

Published : Jul 22, 2022, 7:19 PM IST

ବରଗଡ/ନୂଆଦିଲ୍ଲୀ: ଆଜି ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ଲୋକକବି ହଳଧର ନାଗ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡିଶାରୁ ପ୍ରଥମ ଏବଂ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଶପଥ ନେବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ଦେଶର କୋଣ ଅନୁକୋଣରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଆଜି ବରଗଡ ତଥା କୋଶଳୀ ଲୋକକବି ପଦ୍ମଶ୍ରୀ ହଳଧର ନାଗ ନିଜେ ଦିଲ୍ଲୀକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

  • Pride of Odisha all in one frame.

    Padma awardees and tribal icons from Odisha felicitated Smt. Droupadi Murmu today. Smt. Murmu’s win shows the vibrancy of our democracy. This is a matter of great joy and honour for Odisha, especially for those working at the grassroots. pic.twitter.com/MXPxPCAGKT

    — Dharmendra Pradhan (@dpradhanbjp) July 22, 2022 " class="align-text-top noRightClick twitterSection" data=" ">

ସେହିପରି ରାଜ୍ୟର ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ପ୍ରତିଭା ରାୟ, ସ୍ୱନାମଧନ୍ୟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, କୃଷିବିତ ପଦ୍ମଶ୍ରୀ ସାବରମତି, ସମାଜସେବୀ ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରମୁଖ ମୁର୍ମୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ବେଳେର ଫଟୋ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, "ଓଡିଶାର ଗର୍ବ ଓ ଗୌରବ ସମସ୍ତେ ଗୋଟିଏ ଫ୍ରେମରେ ଅଛନ୍ତି ।"

ତେବେ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନୂଆଦିଲ୍ଲୀ ଅଶୋକା ହୋଟେଲରେ ରାତ୍ରୀ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିବା ଜଣାପଡିଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଏହି ନୈଶ୍ୟ ଭୋଜି ଆୟୋଜନ କରୁଛନ୍ତି ।

ଇଟିଭି ଭାରତ, ବରଗଡ ଓ ନୂଆଦିଲ୍ଲୀ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.