ETV Bharat / city

ଭାରତୀୟ ସ୍ଥଳସେନା ଓ ବାୟୁସେନାକୁ ଯନ୍ତ୍ରପାତି ଯୋଗାଇବ ଓଡ଼ିଶା - ଭାରତୀୟ ସ୍ଥଳସେନା ଓ ବାୟୁସେନାକୁ ଯନ୍ତ୍ରପାତି ଯୋଗାଇବ ଓଡ଼ିଶା

ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ପାଇଁ ଉନ୍ନତ ବୈମାନିକ ଲକ୍ଷ୍ୟ ଭେଦକାରୀ ଉପକରଣ ଉତ୍ପାଦନ ପାଇଁ ଚୁକ୍ତିବଦ୍ଧ । ଉଭୟ ସେନା ପାଇଁ ଚୁକ୍ତିବଦ୍ଧ ହେଲା ଓଡ଼ିଶାର ଆନାଡ୍ରୋନ ସିଷ୍ଟମ। ପ୍ରତିରକ୍ଷା ମନ୍ତ୍ରଣାଳୟର ମେକ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଆକାରରେ ଓଡ଼ିଶା ଉନ୍ନତ ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବ । ଅଧିକ ପଢ଼ନ୍ତୁ

odisha will supply equipment to the indian army and air force
ଭାରତୀୟ ସ୍ଥଳସେନା ଓ ବାୟୁସେନାକୁ ଯନ୍ତ୍ରପାତି ଯୋଗାଇବ ଓଡ଼ିଶା
author img

By

Published : Jan 29, 2022, 10:59 AM IST

ଭୁବନେଶ୍ବର: ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ପାଇଁ ଉନ୍ନତ ବୈମାନିକ ଲକ୍ଷ୍ୟ ଭେଦକାରୀ ଉପକରଣ ଉତ୍ପାଦନ ପାଇଁ ଚୁକ୍ତିବଦ୍ଧ । ଉଭୟ ସେନା ପାଇଁ ଚୁକ୍ତିବଦ୍ଧ ହେଲା ଓଡ଼ିଶାର ଆନାଡ୍ରୋନ ସିଷ୍ଟମ । ପ୍ରତିରକ୍ଷା ମନ୍ତ୍ରଣାଳୟର ମେକ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଆକାରରେ ଓଡ଼ିଶା ଉନ୍ନତ ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବ ।

ମେକ୍ ଇନ୍ ଇଣ୍ଡିଆ ବର୍ଗ ୨ ଅନ୍ତର୍ଗତ ୫୦% ପ୍ରତିଶତରୁ ଅଧିକ ଦେଶର ଭାଗୀଦାର ଥିବା ଶିଳ୍ପ ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିବା ବର୍ଗରେ ୧୨୫ ମନୋଭ୍ୟୁରେବଲ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ (MEAT) ଯୋଗାଇ ଦିଆଯିବ। ଏବଂ ୯୬ କୋଟି ଟଙ୍କା ମୂଲ୍ୟର ଆନୁସଙ୍ଗିକ ଉପକରଣ ଯୋଗାଇବା ପାଇଁ ଚୁକ୍ତିନାମା ହୋଇଛି।

ଉଲ୍ଲେଖଯୋଗ୍ୟ, ଲାରସେନ୍ ଏବଂ ଟୁବ୍ରୋ (L&T) ଭଳି କମ୍ପାନୀ ମଧ୍ୟ ଏହି ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସରଳ, ସ୍ବଳ୍ପ କ୍ଷମତା ସମ୍ପନ୍ନ ମଡେଲ ବିମାନ ଅତ୍ୟାଧୁନିକ ଉଚ୍ଚ ସବସୋନିକ୍ ଏବଂ ସୁପରସୋନିକ୍ ସିଷ୍ଟମ ପର୍ଯ୍ୟନ୍ତ ବାୟୁ ପ୍ରତିରକ୍ଷା ତାଲିମ ପାଇଁ ବ୍ୟବସ୍ଥା ଗଠନ କରାଯିବ। ଗୋପାଳପୁରର ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ଏହାର ଏକ ଉତ୍ପାଦନ ୟୁନିଟ୍ ରହିଛି | ଏହି କାର୍ଯ୍ୟକ୍ରମରେ ବ୍ରିଗେଡ଼ିଅର ଏଲ.ସି ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ କି, ଏହି ପଦକ୍ଷେପ ଦେଶର ପ୍ରତିରକ୍ଷା ପ୍ରକଳ୍ପରେ ଅଂଶଗ୍ରହଣ କରିବା ପାଇଁ ଏମଏସଏମଇ ମାନଙ୍କୁ ଆକର୍ଷିତ କରିବ । ଯାହା ଆମଦାନୀ ଭାରକୁ ହ୍ରାସ କରିବ ଏବଂ ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ।

ଖବର ଅନୁଯାୟୀ, ଓଡ଼ିଶା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ନୀତି ୨୦୧୮ର ସଂରଚନା ଓ ପ୍ରସ୍ତୁତି କରିବାରେ ଆନାଡ୍ରୋନ୍ ସିଷ୍ଟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ​​। ୨୦୧୬ ମସିହାରେ ବ୍ରିଟେନରେ ଓଡ଼ିଶାର ଏକ ପ୍ରତିନିଧୀ ଦଳର ଏକ ଅଂଶ ମଧ୍ୟ ଥିଲା | ପ୍ରତିରକ୍ଷା, ଏରୋସ୍ପେସ୍ ଏବଂ ଅନ୍ୟାନ୍ୟ ନୂତନ ଯୁଗର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ ଥିବା ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମକୁ ଏଭଳି ପ୍ରୟାସ ଆହୁରି ରୁଦ୍ଧିମନ୍ତ କରିବ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.