ETV Bharat / city

ଷ୍ଟିଲ ଉତ୍ପାଦନରେ ଓଡିଶା ଦେଶରେ ଅଗ୍ରଣୀ ହେବ: ଧର୍ମେନ୍ଦ୍ର ପ୍ରଧାନ - odisha will be top position in steal production

କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଜାପାନ ରାଷ୍ଟ୍ରଦୂତ, ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନ ପୁଞ୍ଜି ନିବେଶ କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ଥିବା ଜଣାପଡିଛି ।

mine meeting
ଜାପାନ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ
author img

By

Published : Feb 27, 2020, 9:57 PM IST

ଭୁବନେଶ୍ବର: ଲୋକସେବା ଭବନରେ ଜାପାନ ପ୍ରତିନିଧି ମଣ୍ଡଳୀଙ୍କ ସହ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା ଶେଷ ହୋଇଛି । ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନ ପୁଞ୍ଜି ନିବେଶ କରିବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ଥିବା ଜଣାପଡିଛି।

ଜାପାନ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉଚ୍ଚ ସ୍ତରୀୟ ବୈଠକରେ ଏହା ଜଣାପଡିଛି । ଜଗତସିଂପୁରର ପ୍ରସ୍ତାବିତ ଜେଏସଡବ୍ଲୁ (JSW) ପ୍ଲାଣ୍ଟରେ ଜାପାନର କମ୍ପାନୀ ପୁଞ୍ଜିନିବେଶ ହୋଇଥିବାବେଳେ 2018 ମେକ ଇନ ଓଡିଶା କନକ୍ଲେଭରେ ଜାପାନ ସହଭାଗୀ ରହିଥିଲା।

ତେବେ 2020ରେ ମଧ୍ୟ ସହଭାଗୀ ହେବାକୁ ରାଜ୍ୟ ସରକର ଅନୁରୋଧ କରିଛନ୍ତି। ଏବେ ସାରା ଦେଶରେ 140 ନିୟୁତ ଟନ ଇସ୍ପାତ ଉତ୍ପାଦନ ହେଉଥିବାବେଳେ 300 ଟନ ଉତ୍ପାଦନର ଲକ୍ଷ୍ୟ ରହିଛି । ଏଥିରେ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଉଛି ଇସ୍ପାତ ମନ୍ତ୍ରଣାଳୟ । ଏହାବାଦ କୃଷି, କେମିକାଲ, ହସ୍ତତନ୍ତ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ପପର୍ଯ୍ୟଟନର ଅଧିକ ସୁଯୋଗ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.